କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଂଜାମ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କୋଦଳା ସ୍ଥିତ ସାଉଥକୋ କାର୍ଯ୍ୟାଳୟ ଏସ୍ ଡି ଓ ଅଫିସ ସମ୍ମୁଖରେ ଆଣ୍ଠୁଏ ମାପରେ ପାଣି ଜମି ରହୁଛି। ଏଠାରେ ଇଲେକ୍ଟ୍ରିକ୍ ଷ୍ଟ୍ରକଚର ସହ ବିଭାଗୀୟ କାର୍ଯ୍ଯାଳୟ ଥିବାରୁ ପୁରା ଅଫିସ ଏରିଆ ଏବେ ବର୍ଷା ପାଣିରେ ଡୁବି ରହିଛି।
ଫଳରେ ଅଫିସ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହିତ ବର୍ଷା ପାଣି ଜମି ରହୁଥିବା ଯୋଗୁଁ ବିଦ୍ୟୁତ କାର୍ଯ୍ୟ କରିବାରେ ବାଧା ଉପୁଜୁଛି। ପାଣି ଜମି ରହୁଥିବା ଯୋଗୁଁ ଆର୍ଥିଗଂ ହୋଇ ଇଲେକ୍ଟ୍ରିକ୍ ସଟ୍ ମାରିବାର ମଧ୍ୟ ସମ୍ଭାବନା ରହୁଛି। ଅପରପକ୍ଷେ କୋଦଳା ଏନଏସି ଅନ୍ତର୍ଗତ ବିଭିନ୍ନ ରାସ୍ତା ଗୁଡ଼ିକରେ ଏବେ ଫ୍ଲେବର୍ କାମ ଚାଲୁଥିବା ବେଳେ ଏହି ଅଫିସରୁ ବର୍ଷା ପାଣି ନିର୍ଗତ ହେବାକୁ କୌଣସି ଡ୍ରେନେଜ ସୁବିଧା ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି କର୍ମଚାରୀ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।