Odisha news

ଅଂଗନବାଡି କେନ୍ଦ୍ରରେ ଖାଦ୍ୟ ଯୋଗାଣରେ ଅନିୟମିତତା ଅଭିଯୋଗ, ସିଡିପିଓଙ୍କୁ ଫେରାଦ୍ ହେଲେ ଗ୍ରାମବାସୀ।

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ)  : ସରକାର ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ କୋମଳମତି ଶିଶୁଙ୍କୁ ଶାରୀରିକ ଓ ମାନସିକ ବିକାଶ ପାଇଁ ଅଂଗନବାଡି କେନ୍ଦ୍ର ଖୋଲିଛନ୍ତି ।ଗାଁ ଗାଁ ରେ ଅଂଗନବାଡି କେନ୍ଦ୍ର ଖୋଲାଯାଇ ସରକାରଙ୍କ ନିୟମ ଅନୁସାରେ ପିଲାକୁଂ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଉଛି। ତେବେ କିଛି ନ୍ଯସ୍ତ ସ୍ବାର୍ଥ ଅଫିସର ଯୋଗୁଁ ଏହି ବ୍ଯବସ୍ଥା ଏବେ ବାଟବଣା ହେଉଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ନୂଆଁଗଡ ଅଂଗନବାଡି କେନ୍ଦ୍ର ନଂ ୧ ଓ ୨ ରୁ ଶିଶୁଙ୍କ ଖାଦ୍ୟ ହରିଲୁଟ୍ ହେଉଥିବା ନେଇ  ଗୁରୁତର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।
ଦୀର୍ଘ ଦିନ ଧରି ଦୁଇଜଣ ଅଂଗନବାଡି କର୍ମୀ ଶିଶୁ ଓ ମହିଳାଙ୍କ ପାଇଁ ଆସୁଥିବା ଖାଦ୍ୟକୁ ସଠିକ୍ ଭାବେ ବାଣ୍ଟୁ ନାହାଁନ୍ତି। ସରକାରକଂ ନିୟମ ଅନୁସାରେ ଗର୍ଭବତୀ ମହିଳାଙ୍କ ପାଇଁ ମାସରେ ୧୨ ଟି ଅଣ୍ଡା ଦିଆଯିବାକୁ ଥିବାବେଳେ ୮ ଟି ଅଣ୍ଡା ଓ ଛତୁଆ ଏକ ପ୍ଯାକେଟ୍ ଦିଆଯାଉଥିବା ଅଭିଯୋଗ ହୋଇଛି। ସେହିପରି ୩ ବର୍ଷରୁ ୫ ବର୍ଷ ଶିଶୁଙ୍କୁ ମାସରେ ୨୦ ଟି ଲେଖାଏଁ ଅଣ୍ଡା ଦିଆଯିବାକୁ ଥିବାବେଳେ ଦୁଇ ଅଂଗନବାଡି କର୍ମୀ ମାତ୍ର ୧୨ ଟି ଲେଖାଏଁ ଦେଉଥିବା ଏବଂ ତା ପୁଣି ୨ ମାସକୁ ଥରେ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅଂଗନବାଡି କର୍ମୀ ମାନଙ୍କୁ ଏନେଇ ଅଭିଯୋଗ କଲେ ଉପରିସ୍ଥ ଅଧିକାରିଣୀ ତଥା ସିଡିପିଓ ସେମାନଙ୍କ ଠାରୁ ମାସିକ କମିଶନ ନେଉଛନ୍ତି ଏଣୁ ଆମେ ତାକଂ ନିର୍ଦ୍ଦେଶ କ୍ରମେ ହିଁ ବାଣ୍ଟିବୁ ବୋଲି ଖୋଲାଖୋଲି କହୁଛନ୍ତି। ଏଭଳି ଖୋଲାଖୋଲି ଦୁର୍ନୀତିକୁ ନେଇ ଗ୍ରାମବାସୀ ଗତ ଶନିବାର ବେଗୁନିଆପଡ଼ା ବ୍ଳକ ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ତେବେ ଏହିପରି ଘଟଣା ଖାଲି ନୂଆଁଗଡ କାହିଁକି ବ୍ଲକର ଅଧିକାଂଶ ଅଂଗନବାଡି କେନ୍ଦ୍ର ମାନଙ୍କରେ ଚାଲୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ଅଧିକାଂଶ ଅଂଗନବାଡି କର୍ମୀ ମାସିକିଆ ବଟି ଦେଇ ସିଡିପିଓଙ୍କ କଥାରେ ଦୁର୍ନୀତି କରୁଥିବା କିଛି ଅଂଗନବାଡି କର୍ମୀ ନିଜ ନାମକୁ ଗୋପନ ରଖି କହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ବ୍ଲକର ସିଡିପିଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ବଟି ଦେଇ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି। ଏହି ସିଡିପିଓଙ୍କ ବିରୁଦ୍ଧରେ ଠୋସ୍ ପ୍ରମାଣ ସହ ଏଭଳି ବାରମ୍ବାର ଦୁର୍ନୀତିର ଅଭିଯୋଗ ଆସୁଥିଲେ ମଧ୍ୟ ଉଚ୍ଚ ପଦସ୍ଥ ଅଧିକାରୀ କାହିଁକି ନିରବଦ୍ରଷ୍ଟା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଜିଲ୍ଲା ମୁଖ୍ୟ ଅଧିକାରୀଣୀ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ।ସମନ୍ବିତ ଶିଶୁ ବିକାଶ ଯୋଜନା ଏବେ ମୋ ସରକାର, ଫାଇବ୍ ଟି ଅଧିନକୁ ଯାଇଥିଲା ବେଳେ ଏଭଳି ଖୁଲମଖୁଲା ଦୁର୍ନୀତିକୁ ରୋକିବାକୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
Leave A Reply