କୋଦଳା : (୨ ସେପ୍ଟେମ୍ବର ୨୦୨୦) ସୁଶାନ୍ତ କୁମାର ପଟ୍ଟନାୟକ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବିଜେଡି ସାଙ୍ଗଠନିକ ବୈଠକ ବୁଧବାର ଷଣ୍ଢମୂଳ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ଵିଜୟ କୁମାର ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଦଳର ଆଭିମୁଖ୍ୟ ଓ ନବୀନ ବାବୁଙ୍କ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।
ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଁଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଯଥାସମ୍ଭବ ସମାଧାନ ପାଇଁ ଚେଷ୍ଟା କରନ୍ତୁ ବୋଲି ବିଧାୟିକା କର୍ମକର୍ତ୍ତା ତଥା ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ।
ବିଜୁ ଜନତା ଦଳ ଓଡିଶା ବାସୀଙ୍କ ବଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସମସ୍ତେ ଏକାଠି ହୋଇ ଜନମଂଗଳ କାର୍ଯ୍ୟ ଗୁଡିକ ଲୋକକଂ ପାଖରେ ପହଞ୍ଚାଇବାକୁ ଉଦ୍ଯମ ଜାରି ରଖିବାକୁ ବିଧାୟିକା ଆହ୍ବାନ ଦେଇଥିଲେ। ଷଣ୍ଢମୂଳ ଓ ସାଙ୍କୁଡ଼ା ପଂଚାୟତର ସରପଞ୍ଚ ,ସମିତି ସଭ୍ୟଙ୍କ ସମେତ ବହୁ ବିଜେଡ଼ି କର୍ମୀ ଏହି ବୈଠକରେ ଯୋଗଦେଇ ଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ,ବରିଷ୍ଟ ନେତା ସୁରେନ୍ଦ୍ର ନାଥ ତିଆଡ଼ିକଂ ସମେତ ପ୍ରତି ପଂଚାୟତର ବିଜୁ ଜନତା ଦଳର ସଭାପତି ମାନେ ମଧ୍ୟ ଉପସ୍ଥିତ ଥିଲେ।