Odisha news

କୋଦଳା ସବ୍ ଜେଲ୍ ରେ କରୋନା ଡର : ଛାଡ ପାଇଲେଣି ୪୧୨ କଏଦୀ।

0
କୋଦଳା (Susanta Kumar Pattnayak)  : ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ଜେଲ୍ ରୁ ମଧ୍ଯ ପଜିଟିଭ୍ ଚିହ୍ନଟ ହେଉଛନ୍ତି ।ସଂକ୍ରମଣକୁ ଦୃଷ୍ଟିରେ ରଖି ତଥା ଅନ୍ତେବାସୀଙ୍କୁ ସଂକ୍ରମଣର ଭୟ ରହି ଥିବାରୁ ରାଜ୍ୟ ସରକାର ଜେଲ୍ ମାନଙ୍କରୁ କଏଦୀଙ୍କୁ କିଛି ନିର୍ଦ୍ଦିଷ୍ଟ ଦିନ ପାଇଁ ଅନ୍ତରୀଣ ଜାମିନରେ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ମାନ୍ଯବର ସୁପ୍ରିମକୋର୍ଟ ଓ ହାଇକୋର୍ଟକଂ ଗାଇଡ୍ ଲାଇନ୍ ଅନୁସାରେ ପର୍ଯ୍ୟାୟ କ୍ରମେ କଏଦୀଙ୍କୁ ଛଡା ଯାଉଛି। ଗଂଜାମ ଜିଲ୍ଲା କୋଦଳା ସବ୍ ଜେଲ୍ ରୁ ମାର୍ଚ୍ଚ ୨୦ ତାରିଖରୁ ଗତକାଲି ସୁଦ୍ଧା ମୋଟ ୪୧୨ କଏଦୀ ଛାଡ ପାଇଥିବା ସୂଚନା ମିଳିଛି। ଏ ସମସ୍ତ କଏଦୀଙ୍କୁ କୋର୍ଟର ନିର୍ଦ୍ଦେଶ କ୍ରମେ ଖଲାସ କରାଯାଇଛି। ତନ୍ମଧ୍ୟରୁ ଅନେକ ବିଚାରାଧିନ କଏଦୀ ରହିଥିବା ଜଣାପଡ଼ିଛି।
କୋଦଳା ସବ୍ ଜେଲ୍ ରେ ୧୧ କରୋନା ପଜିଟିଭ୍ ଚିହ୍ନଟ ପରେ ଉଦବେଗ ପ୍ରକାଶ ପାଇଥିଲା। ଜେଲ୍ ପରିସରକୁ ସାନିଟାଇଜ୍ କରିବା ସହ ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ କରୁଛନ୍ତି ଜେଲ୍ କତୃପକ୍ଷ। ସମସ୍ତ ସଂକ୍ରମିତକୁଂ ବ୍ରହ୍ମପୁର ସର୍କଲ ଜେଲ୍ ର କୋଭିଡ୍ କେୟାର୍ କୁ ନିଆଯାଇ ଚିକିତ୍ସା କରାଯାଉଛି।ଏହି ଜେଲ୍ ରେ ମୋଟ ୧୧୬ ଜଣ କଏଦୀ ରହିବାକୁ କ୍ଷମତା ଥିବା ବେଳେ ଏବେ ୨୪୨ ଜଣ କଏଦୀ ରହିଛନ୍ତି। ଫଳରେ ସାମାଜିକ ଦୂରତାକୁ ବଜାୟ ରଖିବା କଷ୍ଟକର ହୋଇପଡିଛି। ସେପଟେ ପ୍ରତିଦିନ ୪ରୁ ୫ ଜଣ ନୂଆଁ କଏଦୀ ଆସୁଥିବା ବେଳେ କରୋନା କଟକଣାକୁ ନେଇ ଅନ୍ତେବାସୀଙ୍କୁ ସମ୍ଭାଳିବା କର୍ତୃପକ୍ଷଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି। ତେବେ ନୂତନ ଭାବେ ଆସୁଥିବା କଏଦୀଙ୍କୁ ଜେଲ୍ ର ସ୍ବତନ୍ତ୍ର କୋଠରୀରେ ସଂଘରୋଧ ଗୃହ କରି ରଖାଯାଉଥିବା କହିଛନ୍ତି ଜେଲ୍ ସୁପରିଟେଣ୍ଡେଣ୍ଟ।
Leave A Reply