Odisha news

ଆଜି ମାଲକାନଗିରି ଜିଲ୍ଲାରେ ୬୫ ଜଣ କରୋନା ରୋଗୀ ଚିହ୍ନଟ : ଆକ୍ରନ୍ତଙ୍କ ସଂଖ୍ଯା ୫୧୦ ରେ ପହଞ୍ଚିଲା

0
ମାଲକାନଗିରି !ତା:୩୦/୭ : ଆଜି ମାଲକାନଗିରି ଜିଲ୍ଲାରେ ୬୫ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି !ଫଳରେ ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ଯା ୫୧୦ ରେ ପହଞ୍ଚିଛି !ଏବଂ ଜଣଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି !
ମାଲକାନଗିରି ପୌରାଞ୍ଚଳରେ ୩୫ ଜଣ ବ୍ଯକ୍ତି କରୋନରେ ଆକ୍ରାନ୍ତ ହେୀଇଥିବା ବେଳେ ୩୧ ଜଣ କରୋନା ସଂକ୍ରମିତଙ୍କ ନିକଟରୁ ସଂକ୍ରମିତ ହୋଇଛନ୍ତି ! ୨ ଜଣ ବ୍ଯକ୍ତିଙ୍କୁ ଜ୍ବର ଏବଂ କାଶର ଲକ୍ଷଣ ପ୍ରକାଶ ପାଇଥିଲା !ଅନ୍ଯ ୨ ଜଣଙ୍କୁ ଘରକୁ ଘର ଯାଇ ଚିହ୍ନଟ କରାଯାଇଥିଲା !ଏହି ୩୫ ଜଣ ସଂକ୍ରମିତଙ୍କ ମଧ୍ଯରୁ ୨ ଜଣ କରୋଡି ଯୋଦ୍ଧା ବୋଲି ଜଣା ପଡିଛି !
ଖଇରପୁଟରେ ୨ ଜଣ ବ୍ଯକ୍ତିଙ୍କୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛି,ସେମାନେ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ !ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ୫ ଜଣ ବ୍ଯକ୍ତି କରୋନାରେ ସଂକ୍ରମିତ ହୋଇଥିବା ବେଳେ ଜଣେ ସଂକ୍ରମିତ ସଂସ୍ପରିଶରେ ଆସି ସଂକ୍ରମିତ,୨ ଜଣ ହଟସ୍ପଟ ଜିଲ୍ଲା ଫେରନ୍ତା ,ଅନ୍ଯ ଜଣେ ଘରୁ ତଦନ୍ତରୁ ମିଳିଥିବା ଜଣା ପଡିଛି !ଆଉ ଏକ ରୋଗୀ କୋରାପୁଟ ହସପିଟାଲରେ ଚିକିତ୍ସାଧିନ ରହିଛି !
କାଲିମେଳାରେ ୩ ଜଣ ସଂକ୍ରମିତ ହେୀଇଥିବା ବେଳେ ୨ ଜଣ ବ୍ଯକ୍ତି ଜ୍ବର କାଶ ଦ୍ବାରା ଆକ୍ରାନ୍ତ ହୋଇଥିଲେ !ଅନ୍ଯ ଜଣେ ମାଲକାନଗିରି ଜିଲ୍ଲ ହସପିଟାଲରେ ଚିକିତ୍ସଧିନ ଥିବା ଜଣା ପଡିଛି !ମାଥିଲିରେ ୧୪ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୧୧ ଜଣ ସଂକ୍ରମିତଙ୍କ ନିକଟସ୍ଥ ହୋଇ ସଂକ୍ରମିତ !ଅନ୍ଯ ୩ ଜେଯଣ ହଟସ୍ପଟ ଜିଲ୍ଲା ଫେରନ୍ତା !ଚିତ୍ରକୋଣ୍ଡାରେ ୬ ଜଣ ସଂକ୍ରମିତ !ସେମାନେ କରୋନା ପାଇଁ କାର୍ଯ୍ଯ କରୁଥିବା ବ୍ଯକ୍ତି ବିଶେଷ ଅଟନ୍ତି !
ସଂକ୍ରମିତ ହୋଇଥିବା ୬୫ ଜଣ ବ୍ଯକ୍ତିଙିକ ମଧ୍ଯକୁ ୨୦ ଜଣଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇଥିବା ବେଳେ ୪୫ ଜଣଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା !ଏଥି ମଧ୍ଯରୁ ୧୧ ଜଣ କୋଭିଡ ଯୋଦ୍ଧା ଅଟନ୍ତି !
ବର୍ତ୍ତମାନ ୩୩୦ କରୋନା ରୋଗୀ ଆରୋଗ୍ଯ ଲାଭ କରିଥିବା ବେଳେ ୧୭୮ ଜଣ ଚିକିତ୍ସାଧିନ ଅଛନ୍ତି !ଜଣେ ୬୨ ବୟସ୍କ ଲୋକର ଆଜି ଭୁବନେଶ୍ବର କିମ୍ସି ହସପିଟାଲରେ କରୋନାରେ ମୃତ୍ଯୁ ହୋଇଥିବା ଜିଲ୍ଲା ପ୍ରଶାସନ ଦ୍ବାରା ଘୋଷଣା କରାଯାଇଛି !

Leave A Reply