Odisha news

ସୌନ୍ଦର୍ଯ୍ୟକରଣ ହେବ ଶାଳବଣ ସିଦ୍ଧେଶ୍ଵର ମନ୍ଦିର।

0
କୋଦଳା (୨୯/୧୨/୨୦୨୦) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମଠସରସିଙ୍ଗି ପଞ୍ଚାୟତ ଶାଳବଣ ସ୍ଥିତ ପୁରାତନ ସିଦ୍ଧେଶ୍ଵର ମନ୍ଦିର ଓ ଏହାର ପାର୍ଶ୍ଵବର୍ତ୍ତୀ ପୁରାତନ ସୌନ୍ଦର୍ଯ୍ୟକୁ ପୁନଃଉଦ୍ଧାର କରିବା ପାଇଁ ମଂଗଳବାର ମନ୍ଦିର ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୨ ଖଣ୍ଡ ଗ୍ରାମର ମୁଖ୍ୟ ବ୍ଯକ୍ତି ତଥା କମିଟି ମାନଙ୍କୁ ନେଇ କରାଯାଇଥିବା ଏହି ବୈଠକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ବିଜୁ ଶ୍ରମିକ ସାମୁଖ୍ୟ ଜିଲ୍ଲା ଉପସଭାପତି ବିଜୟ ନାୟକ, ସରପଞ୍ଚ ସମିତି ସଭ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ବିଶେଷ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ମାନ ଉପସ୍ଥିତ କରିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଂଗକୁ ମନ୍ଦିର ନିକଟରେ ଥିବା ପୋଖରୀର ପକୋଂଧାର, କଲ୍ଯାଣ ମଣ୍ଡପ ନିର୍ମାଣ, ମୁଖ୍ୟ ରାସ୍ତା ଠାରୁ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ପୁନରୁଦ୍ଧାର ପରି ବହୁ ଉନ୍ନୟନ ମୂଳକ ପ୍ରସ୍ତାବ ଆଗତ ହୋଇଥିବା ବେଳେ ସମସ୍ତଙ୍କ ସହଯୋଗ ସହ ପର୍ଯ୍ୟାୟ କ୍ରମେ ଏ ସମସ୍ତ କାର୍ଯ୍ୟକୁ କରାଯିବ ବୋଲି ବିଧାୟିକା କହିଛନ୍ତି।
Leave A Reply