Odisha news

ଜନ୍ମମାଟିରେ ପହଞ୍ଚିଲା ସହୀଦ ଯଜ୍ଞ ନାରାୟଣ କରଙ୍କ ମରଶରୀର, ଆଠଗଡ଼ ପାଟଣାରେ ଶୋକର ଛାୟା

0
କୋଦଳା 🙁 ସୁଶାନ୍ତ କୁମାର ପଟ୍ଟନାୟକ ) : ଗତ ରବିବାର ସିକିମ ନାଥୁଲା ସେକ୍ଟରରେ ଚାରି ଜଣ ଯବାନ ସହ ଜଣେ ଆଠ ବର୍ଷର ଶିଶୁପୁତ୍ର ଆର୍ମିଗାଡିରେ ଯାଉଥିବା ବେଳେ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ବରଫରେ ଆର୍ମି ଗାଡିଟି ଗାଡିଟି ପ୍ରାୟ ୮୦୦ ଫୁଟ୍‌ ତଳକୁ ଖସି ଯିବା ପରେ ପରେ ଆର୍ମି ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ହୋଇଥିଲା। ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ପାଞ୍ଚ ଜଣଙ୍କୁ ଉଦ୍ଧାର କରି ଆର୍ମି ହସ୍ପିଟାଲକୁ ନିଆଯାଇଥିଲା।ଏମାନଙ୍କ ମଧ୍ୟରେ  ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣାର ଯଜ୍ଞ ନାରାୟଣ କର ଥିଲେ। ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣାର ଯଜ୍ଞ ନାରାୟଣ କରଙ୍କ ମୃତ୍ୟୁ ଖବର ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ତେବେ ମଂଗଳବାର ଯଜ୍ଞ ନାରାୟଣକଂ ମର ଶରୀରକୁ ଆଠଗଡ଼ ପାଟଣାକୁ ଅଣାଯିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମର ଆବାଳ ବୃଦ୍ଧ ବନିତା ସହୀଦ ଯଜ୍ଞ ନାରାୟଣ କରଙ୍କୁ ଶେଷ ଦର୍ଶନ କରିବା ପାଇଁ ଆତୁର ହୋଇ ପଡିଥିଲେ। ଭାରତୀୟ ଜବାବ ଅମର ରହେ, ଭାରତ ମାତାକୀ ଜୟ ପ୍ରତିଧ୍ବନୀରେ ସମଗ୍ର ଆଠଗଡ଼ ପ୍ରକମ୍ପିତ ହୋଇଥିଲା। ସେନା ବିଭାଗ, ଆରକ୍ଷୀ ବିଭାଗ, ବହୁ ସମାଜସେବୀ, ରାଜନେତା ଯଜ୍ଞକଂ ମରଶରୀରରେ ପୁଷ୍ପଗୁଛ ଅର୍ପଣ କରିବା ସହ ଶେଷକୃତ୍ୟରେ ଭାଗ ନେଇଥିଲେ।
ସେପଟେ ଏହି ଖବର ପାଇବାପରେ ପରିବାର ରେ କାନ୍ଦ ବୋବାଳି ରେ ଫାଟି ପଡିଛି l ଯଜ୍ଞ ନାରାୟଣ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବାବେଳେ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇବା ଖବର ପାଇ ବାପା,ମା ଓ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି l ମୃତ ଯବାନଙ୍କ ମରଶରୀର ସିକିମର ଗେଣ୍ଟକ ଠାରେ  ବ୍ୟବଛେଦ ପରେ କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ୱର ବିମାନ ବନ୍ଦର ହୋଇ ଯବାନ ଙ୍କ ଜନ୍ମମାଟି ଗଞ୍ଜାମ ଜିଲ୍ଲା ଆଠଗଡ ପାଟଣାକୁ ମରଶରୀର ଆସିବା  ପରେ  ଶେଷକୃତ୍ୟ ସମ୍ପର୍ଣ  ହୋଇଥିଲା l
ମୃତ ଯବାନଙ୍କ  ଶେଷକୃତ୍ୟ ସମୟରେ ସମଗ୍ର  ଅଂଚଳରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଥିଲା  l
Leave A Reply