Odisha news

ଏହିସବୁ ଦେଶରେ ସାର୍ବଜନିକ ସ୍ଥାନରେ ଚୁମ୍ବନ ଦେବା ବା କିସ କରିବା ଦଣ୍ଡନୀୟ ଅପରାଧ

0

ଚଳଚ୍ଚିତ୍ରରୁ ନେଇ ସାଧାରଣ ଜୀବନରେ ଚୁମ୍ବନ ବା କିସ କୁ ଗୋଟିଏ ପ୍ରେମ ସଂକେତ ଭାବରେ ଗ୍ରହଣ କରାଯାଇ ଥାଏ l କିନ୍ତୁ ଯେପରି ଚଳଚିତ୍ରରେ ଦେଖାଯାଇ ଥାଏ ପ୍ରେମୀ ଯୁଗଳ ପାର୍କ, ମେଟ୍ରୋ ଏପରିକି ସମସ୍ତ ପବ୍ଲିକ ପ୍ଲେସ ରେ ଚୁମ୍ବନ କରି ପାରିବେ , କଣ ଭାରତରେ ଏହା ସମ୍ଭବ ? ନାଁ ଆଜ୍ଞା ଏହା ଭାରତରେ କଦାପି ସମ୍ଭବ ନୁହେଁ l ଆଜି ଆମେ ଜାଣିବା ଭାରତ ସମେତ କେଉଁ କେଉଁ ଦେଶରେ ପବ୍ଲିକ ପ୍ଲେସ ରେ ଚୁମ୍ବନ କରିବା ଧର୍ତ୍ତବ୍ୟ ଅପରାଧ l ଏବଂ ଏଥିପାଇଁ କେଉଁ ଦଣ୍ଡରେ ଦଣ୍ଡିତ କରାଯାଇ ଥାଏ l

ପ୍ରକୃତ ଘଟଣାଟି କଣ –
ବର୍ତମାନ ଆପଣ ଭାବୁଥିବେ ଆଜି ଆମେ କିସ ବିଷୟରେ କାହିଁକି କହୁଚୁ l ବିଶେଷ କଥାଟି ହେଲା କଂଗ୍ରେସ ଦଳର ସାଂସଦ ଓ ଲେଖକ ଶସୀ ଥୁରୁର ଗୋଟିଏ ମଞ୍ଚରୁ ଭାରତୀୟ ସମାଜ ଏବଂ ସେମାନଙ୍କ ଚିନ୍ତାଧାରା କୁ ନେଇ କିଛିଟା ଉଦାହରଣ ଦେଇଥିଲେ l ସେ ଏହି ସମୟ ରେ କହିଥିଲେ ସାରା ବିଶ୍ୱରେ ଭାରତ ଗୋଟିଏ ଏଭଳି ଦେଶ ଯେଉଁଠି ଆପଣ ପବ୍ଲିକ ପ୍ଲେସ ରେ ପରିସ୍ରା କରିପାରିବେ କିନ୍ତୁ ଚୁମ୍ବନ କରିପାରିବେ ନାହିଁ l

ଆଜି ଆମେ ଜାଣିବା ଭାରତରେ ପବ୍ଲିକ ପ୍ଲେସ ରେ କାହିଁକି ଚୁମ୍ବନ କରିବା ଉଚିତ ନୁହେଁ ଏବଂ ଏଥିପାଇଁ କଣ ରହିଛି ନିୟମ l

କିସ କରିବା ଆଇନ ବିରୁଧ କାହିଁକି –
ଭାରତ ସହିତ ଅନେକ ଦେଶରେ ପବ୍ଲିକ ପ୍ଲେସ ରେ କିସ କରିବା ଗୋଟିଏ ବଡ଼ ଅପରାଧ , ଭାରତ ନିଜର ଅନେକ ମାମଲା କୁ ନେଇ ଖୁବ କଠୋର ଅଟେ l ଭାରତୀୟ ନିୟମ ଅନୁସାରେ ଜଣେ ବ୍ୟକ୍ତି ଶବଯାନୀଙ୍କ ସ୍ଥାନରେ ଚୁମ୍ବନ ଦେଇ ପାରିବ ନାହିଁ l

– ଭାରତରେ ସାର୍ବଜନିକ ସ୍ଥାନରେ କିସ କରିବା ଦ୍ୱାରା ଧାରା ୨୯୪ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥାଏ l ଭାରତର ନିୟମ ଅନୁସାରେ ଏହା ଗୋଟିଏ ଅଶ୍ଳୀଳ କାର୍ଯ୍ୟ ଅଟେ, ଯାହାକୁ ଯୁବକ ଯୁବତୀ ମାନେ ସାର୍ବଜନିକ ସ୍ଥାନରେ କରିବା ଉଚିତ ନୁହେଁ l
– ଇଣ୍ଡୋନେସିଆ ରେ ସାର୍ବଜନିକ ସ୍ଥାନରେ ଚୁମ୍ବନ ଦେଲେ ଜେଲ୍ ଯିବାକୁ ପଡିଥାଏ l
– ଜାପାନ ରେ ସାର୍ବଜନିକ ସ୍ଥାନରେ ଚୁମ୍ବନ ଦେବା ଦଣ୍ଡନୀୟ ଅପରାଧ ଅଟେ l
– ଗଲ୍ଫ ଦେଶ ଗୁଡିକରେ ମଧ୍ୟ ସାର୍ବଜନିକ ସ୍ଥାନରେ ଚୁମ୍ବନ କରିବା ଧର୍ତ୍ତବ୍ୟ ଅପରାଧ ଅଟେ l

Leave A Reply