Odisha news

ବାଘଛାଲ ରାକେଟ୍ ର କିଙ୍ଗ ପିନ ଧରାପଡ଼ିଲେ : ରଣପୁର ତଳ ମଣିନାଗ ବନାଂଚଳରୁ ଦୁଇ ବାଘଛାଲ ସହ ହାଡ ଜବତ , ଜଣେ ଗିରଫ

0

ରଣପୁର : ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ରଣପୁର ତଳ ମଣିନାଗ ବନାଂଚଳରୁ ୨ବାଘ ଛାଲ ଜବତ ହେବା ସହ ଜଣକୁ ଗରିଫ କରାଯାଇଥିବା ଜଣା ପଡିଛି । ଗିରଫ ଅଭିଯୁକ୍ତ ହେଲେ ଚାନ୍ଦପୁର ଥାନା ଏବଂ ରଣପୁର ବନାଂଚଳ ଅଧିନସ୍ଥ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଜାମ୍ମୁଗଣ୍ଡ ଗ୍ରାମର ଲକ୍ଷ୍ମୀଧର ନାୟକ(୩୬) ପିତା ମୁରଲୀଧର ନାୟକ ।

ଗିରଫ ଲକ୍ଷ୍ମୀଧର ନାୟକ ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ସମିତି ସଭ୍ୟ ଥିବା ଜଣା ପଡିଛ । ତେବେ ଗତକାଲି ସଂଧ୍ୟାରେ ଏସ.ଟି.ଏଫ୍ ର ଏକ ଟିମ୍ ଦୁଇ ବାଘଛାଲ ଓ ହାଡ ବିକ୍ରି କରିବା ପାଇଁ ଦୁଇ ଲକ୍ଷରୁ ତିନି ଲକ୍ଷ ଟଙ୍କାରେ ବିକ୍ରି ପାଇଁ ମୁଲଚାଲ ହେଉଥିବା ବେଳେ କ୍ରାଇମ୍ବ୍ରାଂଚ ସ୍ପେସାଲ ଟାକ୍ସ ଫୋର୍ସ ଅଚାନକ ଚଢାଉ କରି ଲକ୍ଷ୍ମୀଧର ନାୟକଙ୍କୁ ଗିରଫ କରିବା ସହ ୨ଟି ବାଘଛାଲ ହାଡ ଜବତ କରିଥିଲେ ଏବଂ ଗିରଫ ଅଭିଯୁକ୍ତଙ୍କୁ ଏସ୍.ଟି.ଏଫ୍ ପି.ଏସ୍ କେସ୍ ନମ୍ବର ୧୯ ତା ୧୨.୦୬.୨୦୨୦ ଙ୍କ/ଗ୍ଦ ୩୭୯/୪୧୧ କେସ୍ ଋଜୁ କରି ଶନିବାର ଦିନ ରଣପୁର କୋର୍ଟକୁ ଚାଲାଣ କରାଯାଇଛି ।

ତାଙ୍କ ଜାମିନ୍ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ତେବେ ପୁର୍ବରୁ ରଣପୁର ବନାଂଚଳରେ ଅବାଧ୍ୟ ବନ୍ୟଜନ୍ତୁ ଶିକାର ଓ କଲରା ପତରିଆ ବାଘର ମୃତୁ୍ୟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ କ୍ରାଇମବ୍ରାଂଚ ସ୍ପେସାଲ ଟାକ୍ସ ଫୋର୍ସ ରଣପୁର ବନାଂଚଳ ଉପରେ ନଜର ରଖିଥିଲା । ପରେ ଶନିବାର ଦିନ ଏସ.ଟି.ଏଫ୍ ଦ୍ୱାରା ଅଚାନକ ଚଢାଉ କରି ୨ଟି ବାଘଛାଲ ଓ ହାଡ ଜବତ ହେବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଯାହା ଦ୍ୱାରା ଘଟଣାର ନୁଆ ମୋଡ ନେଇଛି ।

ରଣପୁର ବନାଂଚଳ ଅଫିସଠାରୁ ମାତ୍ର ଅଳ୍ପ କିଛି ଦୂରରେ ବାଘଛାଲ ବିକ୍ରିକୁ ନେଇ ମୁଲଚାଲ ହେଉଥିବା ବେଳେ ଏବଂ ଏହି ଅଭିଯୋଗରେ ଜଣକୁ ଗିରଫ କରାଯାଇଥିଲା ବେଳେ ରଣପୁର ବନାଂଚଳ ଅଧିକାରୀ ଏହାର କୌଣସି ସୁରାଗ ପାଇନଥିଲେ । ଯାହାକୁ ନେଇ ରଣପୁର ବନାଂଚଳ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply