ଅନୁଗୁଳ; ଯେଉଁଠି ଦିନେ ଦୂବ କଅଁଳୁ ନଥିଲା ସେଠି ଆଜି ସୁନାର ଫସଲ । ଟାଙ୍ଗର ଭୂଇଁରେ କଦଳୀ, ପୋଟଳ, ତରଭୂଜ, ବାଇଗଣ, ବାଦାମ ପରି ଅର୍ଥକାରୀ ଫସଲ ଉତ୍ପନ୍ନ କରି ଚାେୀ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ପାରିଛନ୍ତି । ଏହା କେବଳ ସମ୍ଭବ ହୋଇଛି ଉଠା ଜଳସେଚନ ପ୍ରକଳ୍ପ ଯୋଗୁଁ । ଅନୁଗୁଳ ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ଜଣାଶୁଣା । ଏଠାରେ ବିଭିନ୍ନ କିସମର ଫସଲ ହୁଏ । କିନ୍ତୁ ଗତ କିଛି ବର୍ଷ ହେଲା ଅନିୟମିତ ବର୍ଷା ଯୋଗୁଁ ଫସଲ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦେଖି ସରକାର ଉଠା ଜଳସେଚନ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ଅଚଂଳରେ ଚିରସ୍ରୋତା ନଈ ନାଳର ପାଣିକୁ ଚାେ କାର୍ଯ୍ୟରେ ବ୍ୟବହାର କରିବାକୁ ଯୋଜନା କରିଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ହଜାର ହଜାର ସଂଖ୍ୟାରେ ଚାଷୀ ଉପକୃତ ହେଉଛନ୍ତି । ଅନୁଗୁଳ ଜିଲ୍ଲାରେ ଉଠା ଜଳସେଚନ ପ୍ରକଳ୍ପ ଯୋଗୁଁ ବହୁ ଚାଷୀଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ପରିବର୍ତନ ଘଟିଛି ।
ଅନୁଗୁଳ ଜିଲ୍ଲାରେ ବର୍ତମାନ ସୁଦ୍ଧା ୮୮୧ଟି ଉଠା ଜଳସେଚନ ପ୍ରକଳ୍ପ ରହିଥିବା ବେଳେ ୨୫୨୦ଟି ଗଭୀର କୂପ ରହିଛି । ଗୋଟିଏ ପ୍ରକଳ୍ପରୁ ପ୍ରାୟ ୨୦ ହେକ୍ଟରରୁ ଅଧିକ ଜମିରେ ପାଣି ମାଡି ପାରୁଛି । ସେହିପରି ଗୋଟିଏ ଗଭୀର କୂପରୁ ୨ ହେକ୍ଟରରୁ ଅଧିକ ଜମିରେ ଜଳସେଚନ ହୋଇ ପାରୁଛି । ଦେଖିବାକୁ ଗଲେ ଉଠା ଜଳସେଚନ ଦ୍ୱାରା ଜିଲ୍ଲାରେ ମୋଟ ୨୨,୬୬୦ ହେକ୍ଟର ଜମି ଜଳ ସେଚିତ ହୋଇପାରୁଛି । ପୂର୍ବରୁ ସେହି ଜମି ଗୁଡିକ ଜଳ ସେଚନ ଅଭାବରୁ ପଡିଆ ପଡୁଥିଲା । ଆଜି ବର୍ଷ ତମାମ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ହୋଇ ପାରୁଛି । ସରକାରଙ୍କ ତରଫରୁ ଆସନ୍ତା ୨୦୨୧ ସୁଦ୍ଧା ଜିଲ୍ଲାରେ ଆହୁରି ୩୫ଟି ପ୍ରକଳ୍ପ ଓ ୧୧୦୦ ଟି ଗଭୀର କୂପ ଖନନ କରାଯିବା ପାଇଁ ନିଷ୍ପତି ହୋଇଛି । ଏଥିପାଇଁ ଆର୍ଥିକ ମଜୁଂରୀ ମଧ୍ୟ ଶେଷ ହେଲାଣି । ଯଦି ଦେଖାଯାଏ ତେବେ ଗୋଟିଏ ଉଠା ଜଦସେଚନ ପ୍ରକଳ୍ପ ପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ ହୁଏ । ଏବଂ ଗୋଟିଏ ଗଭୀର କୂପ ପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ ହୁଏ ।
ତେଣୁ ସରକାର ଯେଉଁ ଭଳି ଭାବେ ଉଠା ଜଳସେଚନକୁ ଗୁରୁତ୍ୱ ଦେଉଛନ୍ତି ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ଚାଷୀ ମାନେ ମଧ୍ୟ ସିଧାସଳଖ ଏହାର ଉପକାର ପାଉଛନ୍ତି । ଆଜି ସୁଦ୍ଧା ଦେଖିବାକୁ ଗଲେ ଉଠା ଜଳସେଚନ ଯୋଗୁଁ ଜିଲ୍ଲାର ପ୍ରାୟ ୪୦ ହଜାରରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି । ଆଗାମୀ ଦିନରେ ଆହୁରି ବଢ଼ିବ ବୋଲି ଆଶା କରିଛି ବିଭାଗ । ଉଠା ଜଳସେଚନ ବିଭାଗ ଜଳ ସମ୍ପଦ ବିଭାଗ ଅଧିନରେ ରହିଛି । କୃଷିର ବିକାଶ ପାଇଁ ସରକାରୀ ସ୍ତରରେ ଯେତେବେଳେବି ଜଳ ସେଚନ କଥା ବିଚାର କରାଯାଏ ବିଶେଷ କରି କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳ ସେଚନ ପ୍ରକଳ୍ପ ପାଇଁ ଅଧିକ ଅର୍ଥ ବରାଦ ହୁଏ । ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ସେଭଳି ଅଧିକ ଅର୍ଥର ବ୍ୟବସ୍ଥା ହୁଏ ନାହିଁ ।
ଯାହା କିଛି ହୁଏ ମୋଟ ବରାଦର ମାତ୍ର ୧୦ ଭାଗ ଅର୍ଥ ଉଠା ଜଳସେଚନ ବିଭାଗକୁ ମିଳେ । ହେଲେ ସେତିକିରେ ଯାହା ହୁଏ ଚାଷୀ ବହୁତ ଉପକାର ପାଇ ପାରେ । ତେଣୁ ଉଠା ଜଳ ସେଚନକୁ ଆହୁରି ଅଧିକ ଗୁରୁତ୍ୱ ଦିଆଗଲେ ଢ଼ିପ ଓ ପଡିଆ ପଡିଥିବା ଜମିରେ ଭଲ ଫସଲ ହୋଇ ପାରିବ । ଚାେୀ ମାନେ ଆହୁରି ଅଧିକ ଉପକାର ପାଇ ପାରିବେ । ଉଠା ଜଳ ସେଚନ ଏବେ ଅନୁଗୁଳ ଜିଲ୍ଲାର ହଜାର ହଜାର ଚାଷୀଙ୍କ ଜୀବନ ବିନ୍ଦୁ ପାଳଟିଛି । ବହୁ ସଂଖ୍ୟାରେ ଚାଷୀ ନିଜ ନିଜର କୋ÷ଳିକ ବୃତି ଛାଡି ଚାଷ ଆଡକୁ ମୁହଁ ବୁଲେଇଲେଣି । ଯାହାକି ଏକ ଭଲ ସଙ୍କେତ ବୋଲି କୁହା ଯାଉଛି । ଏ ନେଇ ଚାଷୀ ନିଶାମଣି ବିଶ୍ୱାଳ, ବୈକୁଣ୍ଠ ନାଏକ ଓ ପଚୁଂ ପ୍ରଧାନଙ୍କ ସମେତ ବହୁ ଚାଷୀ ସେମାନଙ୍କର ଖୁସି ବ୍ୟକ୍ତ କରିବା ସହ ଉଠା ଜଳସେଚନ ସେମାନଙ୍କର ଜୀବନ ଶୈଳୀରେ ପରିବର୍ତନ ଆଣିଛି ବୋଲି କହିଛନ୍ତି । ତେବେ ସରକାରଙ୍କ ତରଫରୁ ଆହୁରି ଅଧିକ ପ୍ରକଳ୍ପ ନିର୍ମାଣ ହେଲେ ଅଧିକାରୁ ଅଧିକ ଚାଷୀ ଉପକୃତ ହୋଇ ପାରନ୍ତେ ବୋଲି ମଧ୍ୟ କହିଛନ୍ତି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ଉଠା ଜଳସେଚନକୁ ବ୍ୟାପକ କରିବାର ଯୋଜନା ରହିଛି ।