Odisha news

ଅନୁଗୁଳରୁ ୨୫ ବର୍ଷ ବୟସ୍କ ଯୁବକଙ୍କ ଠାରୁ କରୋନା ପଜିଟିଭ୍ ଚିହ୍ନଟ : ପଜିଟିଭ୍ ସଂଖ୍ୟା ପହଁଚିଲା ୪୧ରେ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ବ୍ଲକର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଆଜି ଜଣେ ୨୫ ବର୍ଷ ବୟସ୍କ ଯୁବକଙ୍କ ଠାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ସେ ତେଲେଙ୍ଗାନା ରୁ ଫେରି ଚଳିତ ମାସ ୬ ତାରିଖରୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସଙ୍ଗରୋଧରେ ଥିଲେ ।

ତାଙ୍କଠାରେ କୋ÷ଣସି କରୋନା ଲକ୍ଷଣ ନଥାଇ ତାଙ୍କର ନମୁନା ଆଜି ପଜିଟିଭ୍ ଜଣାପଡିବା ପରେ ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ଆଜିର ଏହି ୧ ଜଣ ପଜିଟିଭ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଁଚିଛି । ଇତି ମଧ୍ୟରେ ୩୧ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଟଂରରେ ନିରିକ୍ଷଣରେ ଥିଲେ ଓ ସେଠାରୁ ସେମାନେ ୧୪ ଦିନ ନିରିକ୍ଷଣ ପରେ ସ୍ୱଗୃହକୁ ପ୍ରତ୍ୟାବର୍ତନ କରିଛନ୍ତି

Leave A Reply