ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନି ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରେମ ଗୁଜବ ଏବେ ଜିରୋରେ । ଦୁହେଁ ଅଫିସିଆଲି ନିଜ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି । ‘ଲକ୍ଷ୍ମୀ ବମ୍’ ପ୍ରମୋଶନ ସମୟରେ କିଆରାଙ୍କୁ ପ୍ରଶ୍ନ କରାଗଲା, ସିଙ୍ଗଲ୍ ଅଛନ୍ତି ନା ନାହିଁ ? କିଆରା ରଚନାତ୍ମକ ଭାବେ ଉତ୍ତର ଦେଲେ ଓ ଗୁଜବକୁ ଖାରଜ ବି କଲେ
ନାହିଁ । ସେ ଉତ୍ତରରେ କହିଥିଲେ, ‘ଯେପର୍ଯ୍ୟନ୍ତ ବାହା ନ ହୋଇଛି ସେପର୍ଯ୍ୟନ୍ତ ସିଙ୍ଗଲ୍ ଅଛି । ତେଣୁ ମୁଁ ବିବାହିତ ନୁହେଁ । ତେଣୁ ମୁଁ ସିଙ୍ଗଲ୍ ।’ କିଆରା ଆଡଭାନି ଓ ସିଦ୍ଧାର୍ଥ ମାଲହୋତ୍ରା ‘ଶେରଶାହ’ରେ ଏକାଠି ନଜର ଆସିବେ । ଖୁବ୍ଶୀଘ୍ର ଫିଲ୍ମର ସୁଟିଂ ଶେଷ ହେବ । କିଛିମାସ ପୂର୍ବେ କିଆରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ଙ୍କ ସହିତ ଲାଇଭ୍ ସେଶନ୍ କରିଥିଲେ । ଏହି ସମୟରେ ସିଦ୍ଧାର୍ଥ ମଝିରେ ଛୋଟ ଏଣ୍ଟ୍ରି ନେଇଥିଲେ । ସିଦ୍ଧାର୍ଥ କିଆରାଙ୍କ ପ୍ରଶଂସା କରି କହିଥିଲେ ସେ ସୁନ୍ଦର ଦେଖାଯାଉଛନ୍ତି । କିଆରା ତାଙ୍କୁ ଧନ୍ୟବାଦ ଦେଇଥିଲେ ।
