ଶ୍ରୀ ଅନନ୍ଥପୁରା ମନ୍ଦିର ପରିସରକୁ ୭୦ ବର୍ଷ ପୂର୍ବେ ଏକ ବଡ଼ କୁମ୍ଭୀର ପଶିଆସି ସେବେଠୁ ମନ୍ଦିରକୁ ଘେରି ରହିଥିବା ପୋଖରୀରେ ରହିଆସୁଛି ।କୁମ୍ଭୀରଟି ଶାକାହାରୀ । ଲୋକେ ତା ନæô ଦେଇଛନ୍ତି ବାବିୟା । ଚଳିତ ସପ୍ତାହରେ ବାବିୟା ଅଚାନକ ମନ୍ଦିର ବେଢ଼ା ଭିତରକୁ ଚାଲିଆସିଲା । ପୂଜାରୀ କହିଛନ୍ତି, ଏହା ବାବିୟାର ପ୍ରଥମ ମନ୍ଦିର ପ୍ରବେଶ । ମନ୍ଦିର ପରିସରକୁ ପ୍ରବେଶ କରିଥିବା ବାବିୟାର ଫଟୋ ସୋସାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ମୁଖ୍ୟ ପୂଜକ ଚନ୍ଦ୍ରପ୍ରକାଶ ନବିସାନ୍ କହିଛନ୍ତି, ବାବିୟା ମନ୍ଦିର ଭିତରକୁ ଯାଇ ସେଇଠି ଅଟକି ରହିବା ଦେଖି ଜଣେ ପୂଜାରୀ ତାକୁ ପୋଖରୀକୁ ଫେରିଯିବାକୁ ଅନୁରୋଧ କଲେ । ଆଶ୍ଚର୍ଯ୍ୟର କଥା କୁମ୍ଭୀରଟି ପୂଜାରୀଙ୍କ ବୋଲ ମାନି ତାର ବାସସ୍ଥାନ ପୋଖରୀକୁ ଫେରିଗଲା । ପୂଜାରୀ ଡାକିଲେ ସେ ପୋଖରୀ ବାହାରକୁ ଆସି ପ୍ରସାଦ ଖାଇଥାଏ । ପୂଜାରୀ ତାକୁ ଦିନକୁ ଦୁଇଥର ଖାଇବାକୁ ଦେଇଥାନ୍ତି । ଅନନ୍ଥପୁରା ଗæô ମଝିରେ ଏକ ବୃହତ୍ ଜଳାଶୟ ମଧ୍ୟରେ ଅଛି ଏହି ମନ୍ଦିର । ଏହା କେରଳର ଏକମାତ୍ର ହ୍ରଦମନ୍ଦ ିର । ଭକ୍ତମାନେ ବିଶ୍ୱାସ କରନ୍ତି ଠାକୁରଙ୍କୁ ସୁରକ୍ଷା ଦେବାକୁ ବାବିୟା ରହିଛି ।
