ଖୋର୍ଦ୍ଧା : ଆଜି ଏପରି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ଡିହଖଳା ଗ୍ରାମରେ । ବନ୍ୟାଜଳ ଯୋଗୁ ଗ୍ରାମ ଜଳବନ୍ଦୀ ହୋଇଥିବାରୁ ରାସ୍ତା ଉପରେ ଜଣେ ବୃଦ୍ଧାଙ୍କ ଶବଦାହ କରିବାକୁ ପଡିଛି । ସୂଚନା ଅନୁସାରେ, ଖୋର୍ଦ୍ଧା ବ୍ଲକ ଅର୍ନ୍ତଗତ ଓରବରସିଂହ ଗ୍ରାମ ପଚାଂୟତ ଅର୍ନ୍ତଗତ ଡିହଖଳା ଗ୍ରାମ ବନ୍ୟାରେ ଜଳମଗ୍ନ ହୋଇରହିଛି ।
ଫଳରେ ଗାଁରେ ଖେଳପଡିଆଠାରୁ ଆରମ୍ଭ କରି ଶଶ୍ମାନ ମଧ୍ୟ ପାଣିରେ ବୁଡି ରହିଛି । ତେଣୁ ଗାଁରେ ଶବଦାହ କରିବାକୁ ଘୋର ଅସୁବିଧା ଦେଖାଦେଇଛି ଗ୍ରାମବାସୀଙ୍କୁ । ଆଜି ଏପରି ଏକ ଘଟଣା ଘଟିଛି ଡିହଖଳା ଗ୍ରାମରେ । ଡିହଖଳା ଗ୍ରାମର ପ୍ରମିଳା ସୁନ୍ଦରାୟ (୭୦) ବର୍ଷ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଗାଁ ଦାଣ୍ଡରେ ବନ୍ୟା ଜଳ ଓ ଶଶ୍ମାନରେ ବନ୍ୟା ଜଳ ଲହଡି ମାରୁଥିବାବେଳେ ଗ୍ରାମବାସୀମାନେ ବିନା ଡଙ୍ଗାରେ କାନ୍ଧରେ ବୁହାଇ ପାଣି ଭିତରେ ପଶି ଶବଦାହ କରିବାକୁ ରାସ୍ତା ଉପରକୁ ନେଇଥିଲେ । ରାସ୍ତା ଉପରେ ପଥର ପକାଇ ଶବଦାହ କରିବାକୁ ପଡିଥିଲା
