ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଗୁରୁବାର ୨୪ଘଂଟାରେ ୧୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨୨ଜଣ ସୁସ୍ଥ ହୋଇଥିବା ଜିଲ୍ଲାପ୍ରଶାସନ ସୂଚନା ଦେଇଛି । ବାଲିଅନ୍ତା ବ୍ଳକ ର ୧୬ଜଣ, ବାଲିପାଟଣା ବ୍ଳକ ର ୪୭ଜଣ , ଭୁବନେଶ୍ୱର ବ୍ଳକ ୧୪, ଜଟଣୀବ୍ଳକ ୧୮, ଖୋର୍ଦ୍ଧା ବ୍ଳକ ୨୧, ବୋଲଗଡ ୦୫, ଟାଙ୍ଗି ୦୩, ଚିଲିକାବ୍ଳକ ୩୨ ଏବଂ ବାଣପୁର ବ୍ଳକରୁ ୧୫ ଜଣ ରହିଛନ୍ତି ।
ତେବେ ବେଗୁନିଆ ବ୍ଲକ୍ ରୁ କେହି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ବୋଲି ଜିଲ୍ଲାପ୍ରଶାସନ ସୂଚନା ଦେଇଛି । ସେହିପରି ସୁସ୍ଥଙ୍କ ମଧ୍ୟରେ ବାଲିଅନ୍ତାର ୦୯ଜଣ, ବାଲିପାଟଣାର ୧୧ଜଣ, ଜଟଣୀ ୦୭, ଖୋର୍ଦ୍ଧା ରୁ ୧୮, ବେଗୁନିଆ ରୁ ଜଣେ, ବୋଲଗଡରୁ ୫, ଟାଙ୍ଗି ୧୯, ଚିଲିକା ୩୧ ଏବଂ ବାଣପୁରରୁ ୨୧ଜଣ ସୁସ୍ଥ ହୋଇଛନ୍ତି ।