ଖୋର୍ଦ୍ଧା ୧୩.୮ : ଏକ ଆଦିବାସୀ ଦଳିତ ପରିବାରଙ୍କୁ ନ୍ୟାୟ ପ୍ରଦାନ ରେ ଅବହେଳା ଏବଂ ଅଶାଳୀନ ବ୍ୟବହାର କରିଥିବା ବେଗୁନିଆ ଥାନା ଅଧିକରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ରିପବ୍ଲିକିଆନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ) । ଗୁରୁବାର ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ଖୋର୍ଦ୍ଧା ଜିଲା ପୁଲିସ ଅଧିନ ବେଗୁନିଆ ଥାନା ପୁଲିସ କୁଆଡେ ନୟାପଲୀ ଗ୍ରାମର ସବର୍ଣ୍ଣ ବର୍ଗର ଝିଅକୁ ଜଣେ ଆଦିବାସୀ ଯୁବକ ପ୍ରେମ କରି ବିବାହ ହୋଇଥିବାରେ ପୁଲିସ କୁଆଡେ ଏହି ଆଦିବାସୀ ଯୁବକକୁ ର୍ଦୁବ୍ୟବହାର କରିଥିବା ଦଳ ପକ୍ଷରୁ କୁହାଯାଇଛି ବେଗୁନିଆ ପୁଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇ ଆଜି ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ) ପକ୍ଷରୁ ରାଜ୍ୟ ସଭାପତି ଅବଦୁଲ ଓାଲିଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଂଘ ପକ୍ଷରୁ କହାଯାଇଛି ଯେ ପୁଲିସ ପକ୍ଷରୁ ବାରମ୍ବାର ଆଦିବାସୀ ବ୍ୟକ୍ତିଙ୍କ ନାମରେ ମିଥ୍ୟା ମକଦ୍ଦମା କରି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ।
ଏ ସଂର୍ପକରେ ଜିଲା ଏସପିଙ୍କୁ ଚଳିତ ମାସ ୩ ତାରିଖରେ ଓ ବେଗୁନିଆ ଥାନା ଅଧିକାରୀଙ୍କୁ ଚଳିତ ମାସ ୬ ତାରିଖରେ ଜଣାଇଥିଲୁ । କିନ୍ତୁ ପୁଲିସ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିରେ ଅନ୍ୟମାଙ୍କ ମଧ୍ୟରେ ରାଜ୍ୟ ମହିଳା ଶାଖା ଅଧ୍ୟକ୍ଷା ଶର୍ମିଲୀ ନାଏକ, ଉପସଭାପତି ନିତ୍ୟାନନ୍ଦ ଭୋଇ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।