Odisha news

କନ୍ଧମାଳ ଜିଲ୍ଲାରେ ଆଜି ସର୍ବାଧିକ ୧୭୯ କରୋନା ପଜିଟିଭ ଚିହ୍ନଟ : ଜିଲ୍ଲାରେ ମୋଟ ଆକ୍ରାନ୍ତ୧୧୪୧

0

ଫୁଲବାଣୀ(ସନ୍ତୋଷ ମିଶ୍ର )୧୩/୦୮ : ଆଜି କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟଙ୍କ ସଂଖ୍ୟା ବର୍ତମାନ ସୁଦ୍ଧା ସର୍ବାଧିକ ୧୭୯ ହୋଇଥିବା ଜିଲା ପ୍ରଶାସନ ତରଫରି ଜଣାପଡିଛି । ଏହାକୁ ମିଶାଇ ଜିଲାରେ ମୋଟ ସଂକ୍ରମିଙ୍କ ସଂଖ୍ୟା ୧୧୪୧ ରେ ପହଂଚିଛି । ସେଥିରୁ ଆଜି ସୁଦ୍ଧା ଜିଲ୍ଲାରେ ସଂକ୍ରମିତ ହୋଇଥିବା ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଆଜି ଦାରିଙ୍ଗବାଡି ଅଂଚଳର ଜଣେ ୬୧ ବର୍ଷିୟ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି ସେ ପୁର୍ବରୁ ଡାଇବେଟିସ ଏବଂ ଉଚ୍ଚରକ୍ତଚାପ ସମେତ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ସୁଚନା ମିଳିଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା କନିତ ମୃତୁ୍ୟ ସଂଖ୍ୟା ୬ ରେ ପହଂଚିଛି ।

ଅନ୍ୟ ୪୦୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ସହପିଟାରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ୧୨୭ ଜଣ ପୁରୁଷ ରହିଥିବାବେଳେ ୫୨ ଜଣ ମହିଳା ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଫୁଲବାଣୀର ୧୪ଜଣ ଥିବାବେଳେ ଘୁ.ଉଦୟଗିରିର ୧୬ଜଣ,ଦାରିଙ୍ଗବାଡିର ୨୧ଜଣ,ଟିକାବାଲିର ୧୭ଜଣ ,କୋଟଗଡର ୨୬ ଜଣ,ତୁମୁଡିବନ୍ଧର ୩୩ଜଣ,ରାଇକିଆର ୫ଜଣ,ବାଲିଗୁଡାର ୩୨ଜଣ,ଚକାପାଦର ୭ଜଣ,ଫିରିଙ୍ଗିଅର ୭ଜଣ ଏବଂ କ.ନୁଆଗାଁର ଜଣେ ଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ଟ୍ୱିଟ୍ ଯୋଗେ ସୁଚନା ଦେଇଛନ୍ତି । ତେବେ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ଅତି ଆବଶ୍ୟକ ହେଲେ ହିଁ ଘରୁ ବାହାରିବା ସହିତ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତାକୁ ବଜାୟ ରଖି ଯାତାୟାତ କରିବା ଏବଂ ଘରୁ ବୟଷ୍କ ଓ ଛୋଟ ପିଲାଙ୍କୁ ବାହାରକୁ ବାହାର କରିବାକୁ ବାରଣ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲପାଳ ।

Nalco
Leave A Reply