Odisha news

ଖୋର୍ଦ୍ଧା : ନାବାଳିକା ଉଦ୍ଧାର , ଯୁବକ ଗିରଫ

0

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶଥାନା ଅଂଚଳର ଜନୈକ ୧୬ବର୍ଷର ନାବାଳିକା କୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ ସ୍ଥାନୀୟ କାମନାବର ସାହି ର ନିଖିଳ ନାୟକ(୨୦)କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ନାବାଳିକାକୁ ଯୁବକ ଜଣକ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିବା ନାବାଳିକା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଉପରେ ପୁଲିସ ୨୭୩/୨୦ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ସୋମବାର ଦିନ ବାଜପୁର ରୁ ନାବାଳିକା କୁ ଉଦ୍ଧାର କରିବା ସହ ଯୁବକ କୁ ଗିରଫ କରିଛି । ତେବେ ଗିରଫ ଯୁବକର ଖୋର୍ଦ୍ଧା ମେଡିକାଲରେ ଡାକ୍ତରୀମାଇନା କରାଯାଇଥିବା ତଦନ୍ତକାରୀ ଅଧିକାରୀ ଅନୁଭା ଦାସ କହିଛନ୍ତି ।

Leave A Reply