ଖୋର୍ଦ୍ଧା : ଜଣେ କରୋନା ଯୋଦ୍ଧା ପୋଲିସ ଫାଣ୍ଡି ଅଧିକାରୀ କାର୍ଯ୍ୟରତ ସମୟରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସୀତ ଅବସ୍ଥାରେ ମୃତୁ୍ୟବରଣ କରିଛନ୍ତି । ମୃତକ ଫାଣ୍ଡି ଅଧିକାରୀ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସର ଏ ଏସ୍ ଆଇ ମୁରଲୀଧର ବଳୀଆରସିଂ (୫୭) ବର୍ଷ । ମିଳିଥିବା ସୂଚନାରୁ ଜଣାଯାଏ ସ୍ୱର୍ଗତ ଫାଣ୍ଡି ଅଧିକାରୀ ଶ୍ରୀ ବଳୀଆରସିଂ ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଗ୍ରାମରେ । ସ୍ୱର୍ଗତ ବଳୀୟାରସିଂ ଗତବର୍ଷ (୨୦୧୯) ମାର୍ଚ୍ଚ ମାସରେ ବାଣପୁର ଥାନାରେ ଏ ଏସ ଅଇ ଭାବେ ଜୟିନ କରିଥିଲେ । ଗତ ୨୩ ତାରିଖରେ ବାଣପୁର ଥାନା ଏବଂ ଏହାର ଅଧିନରେ ଥିବା ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଫାଣ୍ଡିର ୧୦ ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ ।
ତେବେ ସେମାନଙ୍କ ମଧ୍ୟରୁ ସ୍ୱର୍ଗତ ବଳୀଆରସିଂ ଅନ୍ୟତମ । ସ୍ୱର୍ଗତ ବଳୀୟାରସିଂ ଗତମାସ ୨୩ ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବାପରେ ତାଙ୍କୁ ଚିକିତ୍ସାପାଇଁ ଭୁବନେଶ୍ୱର କୋଭିଡି ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସୀତ ଅବସ୍ଥାରେ ଆଜି ମୃତୁ୍ୟ ଘଟିଛି ବୋଲି ଏସପି ସୂଚନା ଦେଇଛନ୍ତି । ତେବେ ଜଣେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ଅକାଳ ବିୟୋଗକୁ ନେଇ ବାଣପୁର, ବାଲୁଗାଁ, ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଆଦି ଅଂଚଳରେ ଦୁଃଖର ଲହରୀ ଖେଳିଯାଇଛି । ତେବେ ତାଙ୍କ ମରଶରୀରକୁ ଜିଲ୍ଲା ପୁଲିସ ତରଫରୁ ରିଜର୍ଭ ପୁଲିସ ପଡିଆକୁ ଅଣାଯାଇ ସେଠାରେ ତାଙ୍କ ସମ୍ମାନାର୍ଥେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ତାଙ୍କ ମର ଶରୀରକୁ ସତ୍ୟନଗରସ୍ଥିତ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ କରାଯାଇଥିବା ଜଣାଯାଇଛି