ଖୋର୍ଦ୍ଧା,୨୫ା୬(tapan nayak): ଖୋର୍ଦ୍ଧା ଟାଉନଥାନା ଅନ୍ତର୍ଗତ ଜରିପୁଟ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଥିବା କୂଅ ରୁ ପୁଲିସ ଜଣେ ଯୁବତୀଙ୍କ ମୃତ ଦେହକୁ ଉଦ୍ଧାର କରିଛି । ମୃତା ଜଣକ ହେଲେ ସେହିଗ୍ରାମର ନିତୁ ମହାପାତ୍ର(୧୯) । ସେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର +୩ ର ଛାତ୍ରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ଓ ସାଇଁଟିଫିକ୍ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏସପି ଅଜେୟ ପ୍ରତାପ ସ୍ୱାଇଁ, ଅତିରିକ୍ତ ଏସପି କେ.ବି.ଜେନା,ଏସଡିପିଓ ସୁସିଲ କୁମାର ମିଶ୍ର, ଥାନା ଅଧିକାରୀ ଉମାଶଙ୍କର ସିଂ ପ୍ରମୁଖ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁଲିସ ଶବକୁ ଜବତ କରି ବ୍ୟବଛେଦ ଲାଗି ଜିଲ୍ଲାମୁଖ୍ୟ ଚିକିତ୍ସ୍ୟାଳୟକୁ ପଠାଇଛି । ଏନେଇ ଥାନାରେ ୨୧୩/୨୦ରେ ଏକ ମାମଲା ରୁଜୁ କରିଛି । ସେ ଗତକାଲି ଠାରୁ ନିଖୋଜଥିବା ନେଇ ମୃତାଙ୍କ ଦାଦା ବସନ୍ତ ରଣା ଥାନାରେ ଅଭିଯୋଗ କରିଥିଲେ । ତାଙ୍କୁ ହତ୍ୟାକରି କୂଅରେ ଫୋପାଡି ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି । ତେବେ ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି