ଛତ୍ରପୁର,୨୫/୬ : ଓଡିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ‘ସହାୟ’ଯୋଜନା ଆନୁକୂଲ୍ୟରେ ଗଂଜାମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ଥିବା ସମସ୍ତ କୁଷ୍ଠରୋଗୀ ପରିବାରଙ୍କୁ ଅତ୍ୟାବଶକୀୟ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି । ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂସୁ କୁମାର ମହାରଣା ଗୁରୁବାର ଛତ୍ରପୁର ସ୍ଥିତ ଦାମିଆନ୍ନଗରର ୪୭ ଜଣ କୁଷ୍ଠରୋଗୀ ପରିବାରଙ୍କୁ ଅତ୍ୟାବଶକୀୟ ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ ।
ଏହି ଅତ୍ୟାବଶକୀୟ ସାମଗ୍ରୀ କିଟ୍ରେ ବାଲ୍ଟି, ଡେକ୍ଚୀ, ମଗ୍, କଡେଇ, ମଶାରୀ, ବେଡ୍ସିଟ୍,ପ୍ଲେଟ୍,ସାବୁନ୍,ତେ
ଆଜି ଛତ୍ରପୁର ଦାମିଆନ୍ନଗରର ୪୭ ଜଣ କୁଷ୍ଠରୋଗୀ ପରିବାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ଭଞ୍ଜନଗରର ୧୯, କୁକୁଡାଖଣ୍ଡିର ୩୮ ଏବଂ ବ୍ରହ୍ମପୁର ନୀଳକଣ୍ଠନଗରର ୨୬ ଜଣ କୁଷ୍ଠରୋଗୀ ପରିବାରଙ୍କୁ ଏହି ସାମଗ୍ରୀ କିଟ୍ ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମହାରଣା କହିଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ ପରିଚାଳନାରେ ସହଯୋଗ କରିଥିଲେ ।