Odisha news

ଖୋର୍ଦ୍ଧା : ଡାକ୍ତରଙ୍କୁ ଆକ୍ରମଣ ଘଟଣା; ଅଭିଯୁକ୍ତ ଗିରଫ

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟରେ ଦୁଇଜଣ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଆଜି ଆଦର୍ଶଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ହେଲେ ଶରଧାପୁର ର ସମିମ ଖାନ୍(୩୨)ା

ପୁଲିସ ସୂଚନା ମୁତାବକ, ଗତକାଲି ଶଲ୍ୟ ବିଭାଗର ଦୁଇ ବରିଷ୍ଠ ଡା. ଶ୍ୟାମା ପ୍ରସନ୍ନ ମିତ୍ର ଓ ଡା.ଶୁଭ୍ରାଂଶୁ କୁମାର ସାହୁ ୱାର୍ଡରେ ରୋଗୀ ଚିକିତ୍ସ୍ୟା କରୁଥିଲେ । ଏହି ସମୟରେ ସମିମ କୌଣସି କାରଣକୁ ନେଇ ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହିତ ଏକ ପାଇପ ଧରି ଆକ୍ରମଣ କରିଥିଲେ । ଏନେଇ ସିସିଟିଭିରେ ଆକ୍ରମଣ ର ଦୃଶ୍ୟ କଏଦ ହୋଇଥିଲା ।

ତେବେ ଦୁଇ ଡାକ୍ତରଙ୍କ ଅଭିଯୋଗ କ୍ରମେ ପୋଲିସ ପ୍ରାକୃତିକ ବିପର୍ଯ୍ୟୟ ଆକ୍ଟ ଧାରା ୫୧, ଆଇପିସି ୧୮୮,୧୮୬, ୩୫୩, ୨୯୪, ୫୦୬, ୩୪ ରେ କେଶ ନଂ ୨୩୩/୨୦୨୦ରେ ମାମଲା ରୁଜୁ କରି ସମିମ କୁ ଗିରଫ କରିଛି ।

Leave A Reply