Odisha news

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ୯ ଜଣ ରେଳ କର୍ମଚାରୀ ସୁରକ୍ଷା ପୁରସ୍କାରରେ ସମ୍ମାନିତ

0

ସୁରକ୍ଷିତ ଏବଂ ସୁଚାରୁ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ନିଜର ନିଷ୍ଠା, ସତର୍କତା ଏବଂ ଉଲ୍ଲେଖନୀୟ ଯୋଗଦାନ ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନର ୯ ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ୍‌ର ମଣ୍ଡଳ ରେଳ ପ୍ରବନ୍ଧକ  ଶ୍ରୀ ଡି. ସୁନୀଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ରାଜଧାରୀ ଯାଦବ ଏବଂ ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ନମୋନାରାୟଣ ମୀନା ଉପସ୍ଥିତ ଥିଲେ।

ସମ୍ମାନିତ କର୍ମଚାରୀମାନେ ହେଲେ– ଶ୍ରୀ ବିରେନ୍ଦ୍ର କୁମାର ପଣ୍ଡିତ, TM-II/NYG,ଶ୍ରୀ ମନୀଷ କୁମାର ସିଂହ, LP(G)/TLHR, ଶ୍ରୀ ଦୀପକ କୁମାର ବାରିକ, LP(G)/KDJR, ଶ୍ରୀ ଡି. କର୍ମକାର, Sr. ALP/TLHR, ଶ୍ରୀ ମହେଶ୍ୱର ପରିଡ଼ା, LP(G)/KUR, ଶ୍ରୀ ଅଶ୍ୱିନୀ କୁମାର ସିଂହ, LP/PUI, ଶ୍ରୀ ସୁମିତ କୁମାର ଶର୍ମା, LP(G)/JKPR, ଶ୍ରୀ ଦିବାକର କୁମାର ସିଂହ, TPMB/BDBA, ଶ୍ରୀ ସଂଗ୍ରାମ କୁମାର ବେହେରା, TM-IV/DNM

ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ପୁରସ୍କୃତ କର୍ମଚାରୀମାନଙ୍କର କର୍ତ୍ତବ୍ୟପରାୟଣତା, ନିଷ୍ଠା, ସତର୍କତା ଏବଂ ତୁରନ୍ତ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । । ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାରେ ସେମାନଙ୍କର ସମୟୋପଯୋଗୀ ପଦକ୍ଷେପକୁ ସେ ସାଧୁବାଦ ଜଣାଇଥିଲେ। ଏଥିସହ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ ସମୟରେ ସମସ୍ତ ରେଳ କର୍ମଚାରୀଙ୍କୁ ସତର୍କ, ଜାଗ୍ରତ ଏବଂ ପ୍ରତିବଦ୍ଧ ରହିବାକୁ ସେ ଆହ୍ୱାନ ଦେଇଥିଲେ।

ସୁରକ୍ଷା ପ୍ରତି ଅସାଧାରଣ ନିଷ୍ଠା ପ୍ରଦର୍ଶନ କରୁଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ୍ ସଦା ସର୍ବଦା ପ୍ରତିବଦ୍ଧ । ଏହା ସୁରକ୍ଷିତ, ନିରାପଦ ଏବଂ କାର୍ଯ୍ୟକ୍ଷମ ରେଳ ଚଳାଚଳ ଉପରେ ଭାରତୀୟ ରେଳବାଇର ଅବିଚଳ ଧ୍ୟାନକୁ ଆହୁରି ସୁଦୃଢ଼ କରିଥାଏ ।

Ad2
Leave A Reply