Odisha news

ଖୋର୍ଦ୍ଧା : ବିଶ୍ୱକର୍ମା ସଂଗଠନ ପକ୍ଷରୁ ବରୁଣେଇରେ ବୃକ୍ଷ ରୋପଣ

0

ଖୋର୍ଦ୍ଧା,୫ା୭: ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱକର୍ମା ମହାସଭା ସଙ୍ଗଠନ ପକ୍ଷରୁ ‘ଗୋଟିଏ ବୃକ୍ଷ କୋଟିଏ ଜୀବନ, ଆସନ୍ତୁ ଏକାଠି ହେବା ମିଳିମିଶି ଗଛ ଲଗାଇବା’ ସ୍ଲୋଗାନ ଦିଆଯାଇ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଛି । ମହାମାରୀ କରୋନା ର ଭୟବହତା ସତ୍ୱେ ସଂଗଠନର କିଛି ସଦସ୍ୟ ପରିବେଶ ର ସନ୍ତୁଳନ ରକ୍ଷା ନିମନ୍ତେ ବୃକ୍ଷ ଅପରିଂହାର୍ଯ୍ୟ ମନେକରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଐତିହ୍ୟ ବରୁଣେଇ ପୀଠକୁ ସଂଗଠନର କର୍ମକର୍ତାମାନେ ସଫେଇ କରିବା ସହିତ ବୃକ୍ଷ ରୋପଣ କରିଥିଲେ ।

ତେବେ ବରୁଣେଇ ପାଦଦେଶ ଏବଂ ଏଠାରେ ଥିବା ପିଣ୍ଡିଗୁଡିକ ଅଳିଆ ଆବର୍ଜନା ରେ ଭର୍ତି ହୋଇଥିବାବେଳେ ଏହାକୁ ପ୍ରଥମେ ସଦସ୍ୟମାନେ ସଫେଇ କରିଥିଲେ । ପରେ ଏହାର ପାଦ ଦେଶରେ ବୃକ୍ଷ ରୋପଣ କରିଥିଲେ । ସଂଗଠନର ରାଜ୍ୟ ସଭାପତି ଗୌତମ ମହାରଣା ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲା ପିଛା ଛାଡ଼ୁନି ।ବାତ୍ୟା ଫାନି, ତିତିଲ, ହୁଡୁହୁଡ଼ରେ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇଥିବାବେଳେ ସବୁଜିମା ବ୍ୟାପକ କ୍ଷୟକ୍ଷତି ହୋଇଛି ।ଏହାର କୃପ୍ରଭାବ ପଡ଼ିବା ଦ୍ୱାରା ଜଳବାୟୁରେ ମଧ୍ୟ ବ୍ୟାପକ ପରିବର୍ତନ ହେବାରେ ଲାଗିଛି ।ତେଣୁ ପରିବେଶ ମଧ୍ୟରେ ସନ୍ତୁଳନା ରକ୍ଷା କରିବାକୁ ବ୍ୟାପକ ସଚେତନତା ସତ୍ୱେ ଜଙ୍ଗଲ ଅବକ୍ଷୟ ଏବେ ପରିବେଶବିତ ଚିନ୍ତା ବଢାଇ ଦେଇଛି ବୋଲି କହିଥିଲେ ।

ତେଣୁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାର ଯନô ନେବା ଉଚିତ ବୋଲି ସେ କହିଥିଲେ । ପରେ ସଭାପତି ଗୌତମଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ମହାରଣା, ଖୋର୍ଦ୍ଧା ଜିଲ୍ଲା ଯୁବ ବିଶ୍ୱକର୍ମା ସଭାପତି ରଞ୍ଜନ କୁମାର ମହାରଣା, ଜିଲ୍ଲା କୋଷାଧ୍ୟକ୍ଷ ବିରଂଚି ନାରାୟଣ ମହାରଣା, ଉପଦେଷ୍ଟା ହରିବନ୍ଧୁ ମହାରଣା, ଜଟଣୀ ବ୍ଲକ୍ ଉପସଭାପତି ମାଗୁଣି ଓଝା ପ୍ରମୁଖ ଆମ୍ବ, ଜାମୁ, କରଞ୍ଜ, ନିମ୍ବ ପ୍ରଭୃତି ଔଷଧୀୟ ବୃକ୍ଷମାନ ରୋପଣ କରିଥିଲେ । ତେବେ ଐତିହ୍ୟ ବରୁଣେଇ ପାଦ ଦେଶରୁ ଆରମ୍ଭ ହୋଇଥିବା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାର ସହରାଂଚଳ ଓ ଗ୍ରାମାଂଚଳମାନଙ୍କରେ କରାଯିବ ବୋଲି ସଭାପତି ଗୌତମ ମହାରଣା ପ୍ରକାଶ କରିଛନ୍ତି

Leave A Reply

Your email address will not be published.