Odisha news

କମାଗୁରୁ  କଲେଜରେ ବାଳିକା ଆତ୍ମରକ୍ଷା କାର୍ଯ୍ୟକ୍ରମ 

0
ନିରାକାରପୁର ୬/୧: ଖୋର୍ଦ୍ଧା ଜିଲ୍ଲା କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି  ଆନୁଷ୍ଠାନିକ ଭାବେ ଉଦଘାଟନ କରି ଝିଅମାନେ ନିଜର ସୁରକ୍ଷା କିପରି ରକ୍ଷା କରିପାରିବେ ସେଥିପାଇଁ ଉଦବୋଧନ ଦେଇଥିଲେ। ପ୍ରଶିକ୍ଷକ ଅସମା ବେଗମ ଏହି କାର୍ଯ୍ୟକ୍ରମ କୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ଚାଲୁ ରଖିବେ। କାର୍ଯ୍ୟକ୍ରମ ଅଧିକାରୀଣୀ ରେଣୁବାଳା ସାମନ୍ତରାୟ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ଵ ଦେଇଥିଲେ। ଏହି ଅବସରରେ  ଅଧ୍ୟାପିକା ସସ୍ମିତା  ସାହୁ, ଅଧ୍ୟାପକ ମନ ମୋହନ ନାୟକ ସମେତ  ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହିଥିଲେ।
Leave A Reply