Odisha news

ମତ୍ସ୍ୟଜୀବିଙ୍କ ଜାଲରେ କୁନି କୁମ୍ଭୀର ଧରାପଡ଼ି ବନ ବିଭାଗକୁ ହସ୍ତାନ୍ତର

0

ଖନ୍ତାପଡ଼ା-୦୨/୦୨-ଉପକୂଳବର୍ତ୍ତୀ ଅଞ୍ଚଳରେ ଜାମୁକା ମୁହାଣରେ ଅନେକ ସମୟରେ କୁମ୍ଭୀର ଦେଖିବାକୁ ମିଳୁଥିଲେ ମଧ୍ୟ ବନ ବିଭାଗ କୁମ୍ଭୀର ରହୁଥିବା ସ୍ଥାନକୁ ଚିହ୍ନଟ କରି ମାଛଧରିବାକୁ ଯାଉଥିବା ମତ୍ସ୍ୟଜୀବିଙ୍କୁ ବାରଣ କରୁନାହାନ୍ତି । ଏପରିକି ମଧ୍ୟ ଅନେକ ସ୍ଥାନରେ ଜୀବଜନ୍ତୁଙ୍କ ଗଣନା କରୁଥିବାବେଳେ ବଙ୍ଗୋପସାଗରର ରେମୁଣା ଏବଂ ବାହାନଗା ବ୍ଲକର ସମୁଦ୍ର କୂଳେ କୂଳେ କୁମ୍ଭୀର, କଙ୍କଡ଼ା ଆଦି ଦୁର୍ଲ୍ଲଭ ଜୀବଜନ୍ତୁଙ୍କ ଗଣନା କରାଯାଉ ନାହିଁ । ଆଜି ପୁନର୍ବାର ଖରାସାହାପୁର ପଞ୍ଚାୟତ ରୂପଖଣ୍ଡ ଅଞ୍ଚଳରେ କେତେକ ମତ୍ସ୍ୟଜୀବି ମାଛ ଧରିବାକୁ ଯାଇଥିବାବେଳେ ସେମାନଙ୍କ ଜାଲରେ ପାଖାପାଖି ୪ ଫୁଟ ଲମ୍ବ ୨୦ କେଜି ଓଜନର ଏକ କୁନି କୁମ୍ଭୀର ଧରାପଡ଼ିଥିଲା । ପରେ ଉକ୍ତ କୁମ୍ଭୀରକୁ ଦେଖିବାକୁ ଭିଡ଼ ଜମିବାରୁ ଘଟଣା ପ୍ରଘଟ ହୋଇ ବାଲେଶ୍ୱରର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିଦେ୍ର୍ଦଶରେ ବନବିଭାଗର ପ୍ରଦୀପ ରାଉତ ଓ କୈଳାଶ ରାଉତ ସହ ସ୍ଥାନୀୟ ଫରେଷ୍ଟର ଶ୍ରାବନ୍ତୀ ମାର୍ଣ୍ଣି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ହୋଇଥିବା କୁନି ବଉଳା କୁମ୍ଭୀରକୁ ନେଇ ବାଲେଶ୍ୱରରେ ଚିକିତ୍ସା କରାଇଥିଲେ ।କୁମ୍ଭୀର ରହିବା ସ୍ଥାନ ଚିହ୍ନଟ, ଗଣନା କରାଯାଇ କୁମ୍ଭୀରଙ୍କ ନିରାପଦ ପାଇଁ ସେ ଅଞ୍ଚଳ ମାଛଧରା ନିଷିଦ୍ଧ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply