Odisha news

ସରକାରୀ ଜମିରେ ନାଲି ପତାକା ଲଗାଇଲା ରାଜସ୍ବ ବିଭାଗ

0

ରାୟଗଡା-ସରକାରୀ ଜମିରେ ସ୍ଥାନୀୟ ଆଦିବାସୀ ଚାଷକରି ନିଜର ଜୀବିକା ମେଣ୍ଟାଉଥିବା ଜମିକୁ ଉଛେଦ କରିବା ପାଇଁ ନାଲି ପତାକା ଲଗାଇଲା ରାଜସ୍ୱ ବିଭାଗ। ଆଜି ରାୟଗଡା ସହର ଉପକଣ୍ଠରେ  ରହିଥିବା ଜୟରାମଗୁଡା ମୌଜାର ଖାତା ନ ୦୭  ଅନ୍ତର୍ଭୁକ୍ତ ପ୍ଲଟ ନ ୭୧,୭୨,୭୭,୭୮,୮୦ ଏବଂ ୮୧ରୁ ମୋଟ ୫.୯୧ ସେଣ୍ଟ ସରକାରୀ ଜମିକୁ ଚିହ୍ନଟ କରି ରାଜସ୍ବବିଭାଗ ତରଫରୁ ନାଲି ପତାକା ଲଗାଯାଇଛି। ସହରାଞ୍ଚଳରେ ସ୍ଥାନ ଅଭାବରୁ ସରକାରଙ୍କ ବିଭିନ୍ନ  ଉନ୍ନୟନ କାର୍ଯ୍ୟ ତଥା ସରକାରୀ କୋଠା ନିର୍ମାଣରେ ବାଧା ପ୍ରାପ୍ତ ହେଉଥିବା ବେଳେ ଉଛେଦ ପରେ ଏଠାରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ କହିଛନ୍ତି। ଅପର ପକ୍ଷେ ବର୍ଷ ବର୍ଷ ଧରି ଆମେ ଏଠାରେ ନିଜର ଜୀବିକା ନିର୍ବାହ କରି ବଞ୍ଚୁଛୁ ଆମକୁ ଯଦି ଜମି ଦିଆନଯାଏ ତେବେ ମରିବୁ ପଛେ ଜମି ଛାଡ଼ିବୁ ନାହିଁ ବୋଲି କହିଛନ୍ତି ଗ୍ରାମର ମହିଳା ବାସିନ୍ଦା ସେନ୍ତା କାଡ୍ରାକା,ଜିର କାଡ୍ରାକା। ଏନେଇ ରାୟଗଡା ତହସିଲଦାର ଉମାସଙ୍କର ବେହେରା କହିଛନ୍ତି ଯଦି ସେମାନେ ଗ୍ରାମାଞ୍ଚଳରେ ସରକାରୀ ନିୟମ ପରିସର ଭୁକ୍ତରେ ଆସନ୍ତି ତେବେ ସେମାନଙ୍କୁ ଜମି ଦେବାକୁ ଚେଷ୍ଟା କରାଯିବ ବୋଲି ଜଣେଇଛନ୍ତି। ଏହି ଜମି ଉଛେଦ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସୁନିଲ ଖରା,ରାଜସ୍ବ ପରିଦର୍ଶକ ପି ମଳିକାର୍ଜୁନ ରାଓ,ରାଜସ୍ୱ ନିରୀକ୍ଷକ କେଶବ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ସହଯୋଗ କରିଥିବା ବେଳେ ଅପ୍ରୀତିକର ପତିସ୍ଥିତି ସୃଷ୍ଟି ହେବାକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ ରହିଥିଲେ।

Leave A Reply