Odisha news

ଜୁଆ ଆଡ୍ଡାଉପରେ ଖଲ୍ଲିକୋଟ ପୋଲିସ ର ଚଢ଼ାଉ : ୯ ଜୁଆଡ଼ି ଗିରଫ, ୮ଟି ମୋବାଇଲ୍, ୮ଟି ବାଇକ୍ ସହ ୪୪ ହଜାର ୨୦୦ ଟଙ୍କା ଜବତ

0

ଖଲ୍ଲିକୋଟ – ୧୫/୦୬- ରଜ ପର୍ବ  ପାଳନ ବେଳେ  ଜୁଆ ଆଡା   ଉପରେ   ଚଢ଼ାଉ  କରି ୯ ଜଣଙ୍କୁ   ଗିରଫ କରିବା ସହ   ୮ଟି  ମୋଟର ସାଇକେଲ,୮ଟି ମୋବାଇଲ ଫୋନ   ସହ ୪୪ ହଜାର ୨ ଶହ ଟଙ୍କା ଜବତ କରିଛି ଖଲ୍ଲିକୋଟ ପୋଲସ୍ ।

ସାମାଜିକ   ଦୂରତ୍ୱକୁ  ଗୁରୁତ୍ୱ ଦେଇ  ରଜପର୍ବ ନିଜ ପରିବାର ସହିତ ପାଳନ କରିବା ପାଇଁ ଜିଲ୍ଲା ପ୍ରସାଶନର ନିର୍ଦ୍ଦେଶ ଥିବା ବେଳେ ଏହାକୁ ବେଖାତିର କରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର   ଗ୍ରାମପଞ୍ଚାୟତର ପଥରକଟା  ପ୍ରାଥମିକ  ବିଦ୍ୟାଳୟର ବାରଣ୍ଡାରେ ଜୁଆ ଖେଳ ଚାଲିଥିବା   ଖବର ପାଇ   ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଏସ ଆଇ ସିଲୁ ଧଳ,ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଓ ଅନ୍ୟ କର୍ମଚାରୀ ମାନେ ଅତର୍କିତ ଭାବେ   ଚଢ଼ାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ଟି ମୋଟର ସାଇକେଲ, ୮ ଟି ମୋବାଇଲ ଫୋନ,   ୪୪ ହଜାର ୨ ଶହ ଟଙ୍କା   ଓ ଛଅ କାଟା ତାସ ଜବତ କରିଥିଲେ।ଖଲ୍ଲିକୋଟ ଥାନା କେସ ନମ୍ବର ୨୨୯/୨୦ଅନୁଯାୟୀ ଏକ ମାମଲା ରୁଜୁ କରି ଗିରଫ ବ୍ୟକ୍ତି ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply