Odisha news

ବୋରିଗୁମ୍ମା ବ୍ଲକରେ ୪୮୩ ଜଣ ପ୍ରବାସୀ ଓଡ଼ିଆ ନିଜ ଘରକୁ ଫେରିଲେ : ବର୍ତ୍ତମାନ କ୍ୱାରେନଟାଇନ ରେ ଅଛନ୍ତି ୧୪୯ ଜଣ।

0
ବୋରିଗୁମ୍ମା (କେ.ସାକିଲି ଦୋରା)—-ଦୀର୍ଘ ଚାରି ମାସ ହେଲା ମହାମାରୀ କରୋନା ବିଶ୍ୱ ବାସୀ ଙ୍କୁ ନିଦ ହଜାଇ ଦେଇଛି। ଆମ ଦେଶରେ ଦୀର୍ଘ ତିନି ମାସ ହେବ ନିଜ ର ପ୍ରକୋପ ଜାରି ରଖିଛି ମହାମାରୀ କରୋନା। ଏଭଳି ସ୍ଥିତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆ ମାନଙ୍କୁ ନିଜ ରାଜ୍ୟ କୁ ଫେରାଇ ଆଣିବା ପାଇଁ ସମସ୍ତ ଯୋଜନା କରିଛନ୍ତି। ଯେଉଁ ପ୍ରବାସୀ ଭାଇ ଭଉଣୀ ମାନେ ନିଜ ରାଜ୍ୟକୁ ଫେରୁଛନ୍ତି ସେମାନେ ୧୪ ଦିନ କ୍ଵରେନଟାଇନ ରେ ରହୁଛନ୍ତି।
ବୋରିଗୁମ୍ମା ବ୍ଲକ ର ୩୧ ଗୋଟି ପଂଚାୟତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ସୋମବାର ସୁଦ୍ଧା ୪୮୩ ଜଣ ୧୪ ଦିନ କ୍ୱାରେନଟାଇନ ରେ ରହି ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ବୋରିଗୁମ୍ମା ବ୍ଲକରେ ୧୪୯ ଜଣ ବିଭିନ୍ନ କ୍ୱାରେନଟାଇନ  ଗୃହରେ ରହୁଥିବା ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି। ଅଂଚଲା ପଂଚାୟତ ରେ ୩୦ ଜଣ, ଆଉଁଳି ପଞ୍ଚାୟତ ରୁ ୬ ଜଣ ,ବି ସିଂହପୁର ରୁ  ୩୦ ଜଣ, ବାଣ୍ଡିଗୁଡା ରୁ ଜଣେ, ବେଣାଗାଁ ରୁ ୨୧ ଜଣ, ବେଣାସୁର ରୁ ୨୯ ଜଣ, ବିଜାପୁର ରୁ ୭ ଜଣ, ବୋଡି ଗାଁ ରୁ ୩୨ ଜଣ, ବୋରିଗୁମ୍ମା ରୁ ୫୧ ଜଣ , ଚମ୍ପାପଦର ରୁ ୨ ଜଣ, ଡେଙ୍ଗପଦର ରୁ ୨୩ ଜଣ, ଗୁଜୁନିଗୁଡା ରୁ ୯ ଜଣ, ଗୁମୁଡା ରୁ ୧୧ ଜଣ,ହରଡ଼ାଗୁଡା ରୁ ୪ ଜଣ, ହରଦଳି ରୁ ୨୭ ଜଣ, କାମରା ରୁ ୩୦ ଜଣ, କାମତା ରୁ ୧୪ ଜଣ,କାଠର ଗଡା ତୁ ୨୦ ଜଣ, କଣାଗାଁ ରୁ  ୧୪ ଜଣ, କୁମୁଲି ରୁ ୬ ଜଣ, ମାଲଦା ରୁ ୪ ଜଣ, ମୁଂଜା ରୁ ୩ ଜଣ, ନାରୀଗାଁ ରୁ ୧୩ ଜଣ, ନୂଆଗାଁ ରୁ ୫ ଜଣ, ପଣ୍ଡସଗୁଡା ରୁ ୧୫ ଜଣ, ରଣସପୁର ରୁ ୩୬ ଜଣ, ସାନପରିଆ ରୁ ୪ ଜଣ, ସର୍ଗିଗୁଡା ରୁ ୪ ଜଣ, ସେମାଲାଗୁଡା ରୁ ୫ ଜଣ ଓ ସସାହାଣ୍ଡି ରୁ ୨୭ ଓ ଅନ୍ୟାନ୍ୟ ପଞ୍ଚାୟତ ରୁ ୨୧ ଜଣ ନିଜ ଘରକୁ ଫେରିଛନ୍ତି।
ନିଜ ଘରକୁ ଫେରିଥିବା କିଛି ପ୍ରବାସୀ ଓଡ଼ିଆ ଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା। ସମସ୍ତ ସ୍ୱାବ ଟେଷ୍ଟ ନେଗେଟିଭି ଥିବା ସୂଚନା ମିଳିଛି। ନିଜ ଘରକୁ ଫେରିବା ସମୟରେ ଉକ୍ତ ପଂଚାୟତ ର ପି ଇ ଓ, ସରପଞ୍ଚ, ଅଙ୍ଗନବାଡି କର୍ମୀ ମାନେ ପ୍ରବାସୀ ଓଡ଼ିଆ ଙ୍କୁ ଫୁଲ ମାଳ ପିନ୍ଧାଇ ନିଜ ନିଜ ଘରକୁ ପଠାଇଥିଲେ। ପ୍ରକାଶ ଥାଉକି ପ୍ରବାସୀ ଓଡିଆମାନେ ତାମିଲନାଡୁ, କେରଳ, ମହାରାଷ୍ଟ୍ର ,ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ରୁ ଫେରିଥିଲେ।

Leave A Reply