Odisha news

ନିଆଳିରେ ୨ୟ ସପ୍ତାହ ସଟଡାଉନ ସଫଳ,ରାସ୍ତା ଶୂନଶାନ

0
ରାଜେଶ କୁମାର ଲେଙ୍କା(ନିଆଳି):  କରୋନା ପାଇଁ ସରକାର ଜୁନ ମାସର ଶେଷ ପର୍ଯ୍ୟନ୍ତ ଶନିବାର ଓ ରବିବାର ୨ଦିନ ସଟଡାଉନ  ଘୋଷଣା କରିଛନ୍ତି |ଏହି କ୍ରମରେ ସଟଡାଉନ ନିଆଳି ଅଂଚଳରେ ସମ୍ପୂର୍ଣ ସଫଳ ହୋଇଛି |ଦେଶରେ ମହାମାରୀ କରୋନା ମାଡି ଚାଲୁଥିବା ବେଳେ ରାଜ୍ୟରେ ଲକ ଡାଉନ ଜାରି ରହିଛି | ଗତ ସପ୍ତାହରେ ଓଡ଼ିଶାରେ ୧୧ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁ ଥିବାରୁ ଏହି ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ୪୮ ଘଣ୍ଟିଆ ସଟଡାଉନ ଜାରି ରହିଛି |କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଥିବା ବେଳେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସଟଡାଉନ ପାଳନକୁ କଡାକଡି କରିବାକୁ ନିର୍ଦେଶ ଦେଇଛନ୍ତି |
ଏହି ଅନୁସାରେ ନିଆଳି ବ୍ଲକ ପ୍ରଶାସନ ପକ୍ଷରୁ ୨ୟ ସପ୍ତାହ ସଟଡାଉନ ନିୟମକୁ କଡାକଡି କରାଯାଇଥିବା ଜଣା ପଡିଛି |ନିଆଳି ତହସିଲଦାର ବିଦ୍ୟାଧର ପତି ନିଆଳି ବଜାର ଓ ନିଆଳି ର ଆଖପାଖ ସମସ୍ତ ଅଂଚଳକୁ ଯାଇ ସଟଡାଉନ ସ୍ଥିତି ପରିଦର୍ଶନ କରିଥିଲେ |ନିଆଳି ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଙ୍କ ତତ୍ୱାବଧାନରେ ଥାନାର ଏସଆଇ ବନବିହାରୀ ପ୍ରଧାନ,କରମ ଲାକ୍ରା,ସୁମନ୍ତ ସେଠି,ଛବି ସେଠି ଙ୍କୁ ନେଇ ପିସିଆରରେ ନିଆଳି ଅଂଚଳର ଗ୍ରାମ ପଂଚାୟତ ,ବଜାର ଘାଟରେ  ଘନ ଘନ ପେଟ୍ରୋଲିଙ୍ଗ କରି ସଟାଡାଉନ ନିୟମକୁ କଡାକଡି କରାଯାଇଥିଲା |ସଟଡାଉନ ରେ ନିଆଳି ଥାନା ଅଂଚଳରେ କେବଳ  ଔଷଧ ଦୋକାନ,ପେଟ୍ରୋଲ ପମ୍ପ ଖୋଲା ଥିବା ବେଳେ ନିଆଳି ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା |

Leave A Reply