ଖଲ୍ଲିକୋଟ–୨୪/୧୦–କାହିଁ କେଉଁ ଆବାହ ମାନ କାଳ ରୁ ପାଳିତ ହୋଇ ଆସୁଥିବା ଖଲ୍ଲିକୋଟ ଶାରଦୀୟ ଦୁର୍ଗାପୂଜା ରେ ପ୍ରବଳ ଭକ୍ତ ସମାଗମ ହୋଇଥାଏ ।କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଭିତରେ ଦୁର୍ଗା ପୂଜା ପାଳିତ ହେଉଥିବା ରୁ ଭକ୍ତ ମାନଙ୍କ ଗହଳି ଦେଖିବାକୁ ମିଳୁନାହିଁ ।ନା ଅଛି ଆଲୋକ ମାଳା ନା ଅଛି ସାଜସଜ୍ଜା ।ଚଳିତ ଦଶହରା ରେଭକ୍ତ ମାନଙ୍କ ମଧ୍ୟରେ ସେହି ଆନନ୍ଦ ଉଲ୍ଲାସ ଆଉ ନାହିଁ ।ଖଲ୍ଲିକୋଟ ରେ ପ୍ରତିବର୍ଷ ତିନି ଗୋଟି ଦୁର୍ଗା ମେଢ଼ ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଏ ।
ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଖୋଲା ସ୍ଥାନ ରେ ନ କରି ମଠ ମନ୍ଦିର ଭିତରେ ଅସ୍ଥାୟୀ ମଣ୍ଡପରେ ମାଆଙ୍କ ପୂଜାର୍ଚ୍ଚନା ଚାଲିଛି ।ବଡଦାଣ୍ଡ ସାହି ପୂଜା କମିଟି ତରଫରୁ ନୃସିଂହ ମଠ ଭିତରେ ଅସ୍ଥାୟୀ ମଣ୍ଡପରେ ଦୁର୍ଗା ପୂଜା ଚାଲିଥିବା ବେଳେ ଧରାକୋଟ ସାହି ପୂଜା କମିଟି ତରଫରୁ ରଘୁନାଥ ମନ୍ଦିର ପରିସରରେ ଓ ସ୍ଥାନୀୟ ବିଦ୍ୟୁତ ବିଭାଗ ତରଫରୁ ପାୱାର ହାଉସରେ ଦୁର୍ଗା ପୂଜା ଚାଲିଛି ।ଗତକାଲି ମହାସପ୍ତମୀ ଠାରୁ ବଡଦାଣ୍ଡ ସାହି ପୂଜା କମିଟି ର ଦୁର୍ଗା ପୂଜା ଆରମ୍ଭ ହୋଇଥିବା ବେଳେ ଧରାକୋଟ ସାହି ପୂଜା କମିଟି ଓ ବିଦ୍ୟୁତ ବିଭାଗ ର ଦୁର୍ଗା ପୂଜା ଆଜି ମହାଅଷ୍ଟମୀ ରେ ଆରମ୍ଭ ହୋଇଛି ।ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାତିଲ କରାଯାଇଛି ।