ଖଲ୍ଲିକୋଟ–୧୩/୦୮– ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ (ସମ୍ମାନିତ) ତରଫରୁ ଏକ ଜାତୀୟ ବୈଷୟିକ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି । ପାଠଚକ୍ର ର ବିଷୟ ବସ୍ତୁ ହେଲା ‘Impact of COVID-19 India on Business’ & ‘Impact of COVID-19 on Accounting’, ।
ଖଲ୍ଲିକୋଟ କଲେଜ ଟ୍ରଷ୍ଟ ମେନେଜେମେଣ୍ଟ କମିଟିର ସମ୍ପାଦକ ପ୍ରଫେସର ମେଜର ରମା ରମଣ ପାଢ଼ୀ ଙ୍କ ପ୍ରତ୍ୟକ୍ଷ ସଂଯୋଜନା ରେ ଏହା ଆୟୋଜନ କରା ଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ପାଢ଼ୀ ଏହାକୁ ଉଦଘାଟନ କରିବାପରେ ପାଠଚକ୍ର ଆରମ୍ଭ ହୋଇଥିଲା। ପ୍ରଫେସର ମେଜର ରମା ରମଣ ପାଢ଼ୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ରେସୋର୍ସ ବ୍ୟକ୍ତି ଭାବେ ପଶ୍ଚିମବଙ୍ଗ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରଫେସର ଦେବାଶିଷ ସୁର ,ପ୍ରାକ୍ତନ ପ୍ରଫେସର ରଞ୍ଜନ କୁମାର ବଳ, ଉତ୍କଳ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର, ପ୍ରାକ୍ତନ ପ୍ରଫେସର ଡ଼ ପ୍ରକାଶ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ l
ସଭସେଷରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିଶ୍ଵନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ବିଭାଗୀୟ ଅଧ୍ୟାପକ ଜ୍ଞାନରଞ୍ଜନ ସାହୁ, କେ. ପୁରୁଷୋତ୍ତମ ପାତ୍ର, ସସ୍ମିତା ସାହୁ, ତଥ୍ୟ ସହାୟକ ଅକ୍ଷୟ କୁମାର ଦାସ ଓ ପ୍ରବୀଣ କୁମାର ବେହେରା, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରତିନିଧି ଅଂଶଗ୍ରହଣ କରିଥିଲେ l