ଖଇରା-୦୪/୦୮ : ଖଇରା ବ୍ଲକ ଅଧୀନ ନହଙ୍ଗ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ଓ ପତଞ୍ଜଳୀ ଯୋଗ ସମିତିର ମିଳିତ ସହଯୋଗରେ ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ଆୟୁର୍ବେଦ ବିଶାରଦ ଆଚାର୍ଯ୍ୟ ବାଲକ୍ରିଷ୍ଣଙ୍କ ଜନ୍ମ ଦିବସ ଓ ଜଡିବୁଟି ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇ ଯାଇଛି । ବିଶିଷ୍ଟ ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ,ଏନଏସ୍ଏସ୍ ଯୋଜନା ପରିଚାଳିକା ଜ୍ୟୋତ୍ସ୍ନାବାଳା ଦାସ,ଅଧ୍ୟାପିକା ଅଳକାନନ୍ଦା ସାହୁ ପ୍ରମୁଖ ବକ୍ତବ୍ୟରେ ପ୍ରତ୍ୟେକ ବୃକ୍ଷରେ ଔଷଧୀୟ ଗୁଣ ରହିଛି । ଏଣୁ ବୃକ୍ଷ ଜୀବଜଗତର ପରମମିତ୍ର ହୋଇଥିବାରୁ ସମସ୍ତେ ବୃକ୍ଷରୋପଣ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ । ପରେ ଜାତୀୟ ସେବା ଯୋଜନାର ଛାତ୍ରୀ,ଯୁବ ନେତା ଦୈତାରୀ ପଣ୍ଡା,ମଣ୍ଟୁ ପାତ୍ର ପ୍ରମୁଖ ତତ୍ୱାବଧାନରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।