ଖଇରା : ନିଜର ପ୍ରତିଶୃତି ପାଳନ କଲେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ପଣ୍ଡା । ନିଜ ପଞ୍ଚାୟତର ଅନୁ୍ୟନ ୧ଶହ ପ୍ରବାସୀଙ୍କ ପାଇଁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରୋଜଗାର ଯୋଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । କରୋନା କଟକଣା ଭିତରେ ଉକ୍ତ କୁରୁଣ୍ଟା ପଞ୍ଚାୟତରୁ ବାହାରେ କାମ କରୁଥିବା ପାଖାପାଖି ୫ଶହ ପ୍ରବାସୀ ଲକ୍ଡାଉନ୍ ସମୟରେ ଘରକୁ ଫେରିିଥିଲେ ।
ଓଡିଶା ସରକାରଙ୍କ ଘୋଷଣା ସହ ତାଳଦେଇ ସରପଞ୍ଚ ଶ୍ରୀମତୀ ପଣ୍ଡା ନିଜ ପଞ୍ଚାୟତର ପ୍ରବାସୀ ମାନଙ୍କୁ ଦୈନିକ ଗୁଜୁରାଣ ମେଣ୍ଟାଇବାକୁ କାମଧନ୍ଦା ଯୋଗାଇ ଦେବାକୁ ନିର୍ଭର ପ୍ରତିଶୃତି ମଧ୍ୟ ଦେଇଥିଲେ । ଏଥିପାଇଁ ସରପଞ୍ଚ ଏମଜିଏନଆରଇଜିଏସରେ ପଞ୍ଚାୟତକୁ କିଭଳି ଅଧିକ କାମ ଆସିବ ସେଥିଲାଗି ଅଣ୍ଟା ଭିଡିଥିଲେ । ନିକଟରେ ବାରିଙ୍ଗିଆ ଗ୍ରାମରୁ ବାରିଙ୍ଗିଆ ଶାସନ ପର୍ଯ୍ୟନ୍ତ ଡ୍ରେନର ପୁନରୁଦ୍ଧାର ଓ ମିରିପୁର ଗ୍ରାମ ପୋଲ ନିକଟରୁ ବଣିଆସାହି ପର୍ଯ୍ୟନ୍ତ ରାସ୍ତାକାମ ପାଇଁ ଅର୍ଥ ମଞ୍ଜୁର ହୋଇ ଆସିବା ପରେ ପ୍ରବାସୀଙ୍କ ମୁହଁରେ ହସ ଖେଳି ଯାଇଥିଲା । ଏହି ୨ଟି କାର୍ଯ୍ୟରେ ୧ଶହରୁ ଉର୍ଦ୍ଧ ପ୍ରବାସୀ ନିୟୋଜିତ ହୋଇ ସୋମବାର ଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିସହ ସେମାନେ ସରପଞ୍ଚଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି