Odisha news

ଦି କେରଳ ଷ୍ଟୋରୀ : ଧର୍ମାନ୍ତରଣ ର ଗୋଟିଏ ନିଚ୍ଛକ ଛବି , ସୃତି ରୁ ରେହମତ ହୋଇଥିବା ଝିଅଙ୍କ ମୁଖରୁ ନିଜସ୍ୱ କାହାଣୀ

0

ମୁମ୍ବାଇ : ବର୍ତମାନ ସୋସିଆଲ ମିଡ଼ିଆ ଦି କେରଳ ଷ୍ଟୋରୀ ଚଳଚିତ୍ରକୁ ନେଇ ଖୁବ ଆକ୍ଟିଭ ହୋଇ ଯାଇଛି l  କିଛି ଲୋକ ଏହି ଚଳଚିତ୍ର ଟିକୁ ପ୍ରପାଗଣ୍ଡା ଓ ମିଛ ବୋଲି କହୁଛନ୍ତି l  ଅନ୍ୟ ପକ୍ଷରେ ମେକର୍ସ ଏହି ଚଳଚିତ୍ର ଟି ସତ୍ୟ ଘଟଣା ଉପରେ ଆଧାରିତ ବୋଲି କହିଛନ୍ତି l  ଇତି ମଧ୍ୟରେ ଧର୍ମାନ୍ତରଣ ଜାଲ ରେ ଫସି ଥିବା କେରଳ ର ଗୋଟିଏ ଝିଅ ର କାହାଣୀ ସାମ୍ନାକୁ ଆସିଛି l  ସେ କହିଛି କିପରି ସେ ସୃତି ରୁ ରହମତ ହୋଇଥିଲା l ସେହି ଝିଅଟି ଏହା ମଧ୍ୟ କହିଛି ଯେ କେରଳ ଷ୍ଟୋରୀ କୁ ନେଇ କଣ ଚିନ୍ତା କରୁଛନ୍ତି ଓ ଏଥିରେ କେତେ ସତ୍ୟତା ରହିଛି ତାହା କହିଛନ୍ତି l

ଦି କେରଳ ଷ୍ଟୋରି ଚଳଚିତ୍ର ରିଲିଜ ହୋଇ ସାରିଛି ଓ ସୋସିଆଲ ମିଡିଆରେ ଏହାର ଚର୍ଚା ଖୁବ ଜୋର ଧରିଛି l  ଏହି ଚଳଚିତ୍ରର ଟ୍ରେଲର ରିଲିଜ ହେବା ପରେ ଏହାର କଣ୍ଟେଣ୍ଟ କୁ ମଧ୍ୟ ହଟାଇ ଦିଅ ଯାଇଥିଲା l  କିଛି ଲୋକ ଏହା ତାଙ୍କ ଧର୍ମ ର ଅପମାନ ବୋଲି କହି ସ୍କ୍ରିନିଙ୍ଗ ଉପରେ ରୋକ ଲଗାଇବା ପାଇଁ ଦାବୀ ମଧ୍ୟ କରିଛନ୍ତି l ଇତି ମଧ୍ୟରେ ଏବିପି ନିୟୁଜ ର ଗୋଟିଏ ରିପୋର୍ଟ ରେ ଧର୍ମାନ୍ତରଣ ଜଳରେ ଫସି ଥିବା ଜଣେ ଝିଅ ନିଜ କାହାଣୀ କହିଛି l ସେହି ଝିଅ ଟି କହିଛି ଯେ ଏହି ଚଳଚିତ୍ରରେ ଯାହାବି ଦେଖା ଯାଇଛି ତାହା ସମ୍ପୂର୍ଣ ସତ୍ୟ ଅଟେ l

ସୃତି ରୁ ରେହମତ ହୋଇଥିବା ଝିଅଙ୍କ କାହାଣୀ ଏଭଳି ରହିଥିଲା –
ସୃତି କେରଳ ର କାସରଗୋଡ଼ ରେ ରହୁଥିଲେ l  ସେ ଗୋଟିଏ ବ୍ରାହ୍ମଣ ପରିବାର ରେ ଜନ୍ମ ହୋଇଥିଲେ l ଯେଭଳି ହିନ୍ଦୁ ମାନେ ରୁହନ୍ତି ସେଭଳି ସେ ରହୁଥିଲେ l ସ୍ନାତକ ପଢିବା ସମୟରେ ଅନେକ ଝିଅ ସାଙ୍ଗ ଥିଲେ ଯେଉଁମାନେ ମୁସଲମାନ ଧର୍ମ ର ଥିଲେ l  ସେମାନେ ଇସ୍ଲାମ ଧର୍ମ ବିଷୟରେ ଏତେ କଥା କହିଲେ ଯେ ସୃତି ପ୍ରଭାବିତ ହୋଇ ଯାଇଥିଲେ l  ତାଙ୍କ ସାଙ୍ଗ ମାନେ ହିନ୍ଦୁ ଧର୍ମ ବିଷୟରେ ମଧ୍ୟ ଅନେକ କଥା ପଛରୁ ଥିଲେ , କିନ୍ତୁ ସୃତି ଏତେ କିଛି ହିନ୍ଦୁ ଧର୍ମ ବିଷୟରେ ଜାଣି ନଥିଲେ l ଏହାର ଉତର ଖୋଜିବା ପାଇଁ ସେ ଜାତୀୟ ଚାନେଲ ଗୁଡିକ ରେ ଜୟ ହନୁମାନ ଓ ଓଁ ନମଃ ଶିବାୟ ଦେଖୁଥିଲେ l ସଋତୁ ତାଙ୍କ ସାଙ୍ଗ ମାନଙ୍କର ଯେଉଁ ପ୍ରଶ୍ନ ର ଉତର ଜାଣିଥିଲେ ଦେଉ ଥିଲେ ନଚେତ ଚୁପ ରହୁଥିଲେ l ଏହାପରେ ତାଙ୍କୁ ମୁସଲମାନ ମହିଳା ମାନେ ପର୍ଦା ସିଷ୍ଟମ ଝିଅ ମାନଙ୍କ ପାଇଁ କେତେ ଜରୁରୀ ତାହା କହିଥିଲେ l  ସେମାନେ ଏଭଳି କହୁଥିଲେ ଲାଗୁଥିଲା ଯେପରି ଏହା ଖୁବ ଆବଶ୍ୟକ l

ସୃତି କହିଥିଲେ ଯେ ତାଙ୍କ ସାଙ୍ଗମାନେ ହିନ୍ଦୁ ପର୍ବ ପର୍ବାଣି ର ଖୁବ ମଜାକ ଉଡାଉ ଥିଲେ l ଏହାଛଡା ସୃତି ଙ୍କୁ ଜାକିର ନାଏକ ର ବିଭିନ୍ନ ସିଡ଼ି ଦେଉଥିଲେ ସ୍ପିଚ ଶୁଣିବା ପାଇଁ l ସୃତି କହିଥିଲେ ସେ ଗୁଡିକ ଶୁଣିବା ପାଇଁ ଖୁବ ଖୁସି ଲାଗୁଥିଲା l ସୃତି ଘରେ ଲୁଚି କି ନମାଜ ମଧ୍ୟ ପଢୁଥିଲେ l  ସେଥିପାଇଁ ଠାରେ ନିଜ ମାଙ୍କ ନିକଟରୁ ମାଡ଼ ମଧ୍ୟ ଖାଇଥିଲେ l ଏହାପରେ ସୃତି ରାଗି ଯାଇ ତାଙ୍କ ମାଙ୍କ ପେଟ କୁ ମାରିଥିଲେ l

ଏହି ଚଳଚ୍ଚିତ୍ରଟି ରେ ବିଶେଷ ଭାବରେ କିଭଳି ହିନ୍ଦୁ ଧର୍ମ ରୁ କନଭର୍ଟ କରି ମୁସଲମାନ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି ତାହା ଦର୍ଶା ଯାଇଛି l  କିଭଳି ହିନ୍ଦୁ ଝିଅଙ୍କୁ ସାଙ୍ଗ ମାନେ ଚାପ ପକାଇ ଧର୍ମ ପରିବର୍ତନ କରୁଛନ୍ତି ଓ କିଛି ମୁସଲମାନ ଯୁବକ ନିଜ ମିଥ୍ୟା ପ୍ରେମ ଜାଲରେ ଫସାଇ ଗର୍ଭବତୀ କରି ହିନ୍ଦୁ ରୁ ମୁସଲମାନ କରୁଛନ୍ତି l

Leave A Reply