ହିନ୍ଦୁ ଧର୍ମରେ ଶବ ଯାତ୍ରା ସମୟରେ କାହିଁକି କୁହାଯାଇ ଥାଏ ‘ରାମ ନାମ ସତ୍ୟ ହେ ‘ , କଣ ରହିଛି ଏହା ପଛର ଶାସ୍ତ୍ରଗତ କାରଣ
ହିନ୍ଦୁ ଧର୍ମ ସହିତ ଅନେକ ପରମ୍ପରା ଅନେକ ବର୍ଷରୁ ଆଜି ମଧ୍ୟ ରହିଛି ଏବଂ ସମସ୍ତ ପରମ୍ପରା ର କିଛିନା କିଛି ବିଶେଷ କାରଣ ରହିଛି l ହିନ୍ଦୁ ଧର୍ମରେ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରାଯାଏ ଓ ଏହି ଶବ ସଂସ୍କାର ପୂର୍ବରୁ ଶବ ଯାତ୍ରା ବାହାର କରାଯାଇ ଥାଏ l ଏହି ଶବ ଦାହ ପାଇଁ ସ୍ମସାନ କୁ ନିଆ ଯାଇଥାଏ l ଆମେ ପ୍ରାୟ ସମସ୍ତେ ଦେଖିଛୁ ଏହି ଶବ ଯାତ୍ରା ସମୟରେ ପରିଜନ ମାନେ ‘ରାମ ନାମ ସତ୍ୟ ହେ ‘ର ଧ୍ୱନି ଦେଇ ଶବ ସହିତ ଚାଲି ଥାଆନ୍ତି l କିନ୍ତୁ ଆପଣ କଣ ଜାଣିଛନ୍ତି ଏହା ପଛରେ କଣ କାରଣ ରହିଛି l
ଧର୍ମରାଜ ଯୁଧିଷ୍ଠିର କହିଥିଲେ ରାମ ନାମ ସତ୍ୟ ହେ ର ପ୍ରକୃତ ଅର୍ଥ :
ମହାଭାରତର ମୁଖ୍ୟ ପତ୍ର ଓ ପାଣ୍ଡଵ ମାନଙ୍କ ମଧରେ ସବୁଠୁ ବଡ ଧର୍ମରାଜ ଯୁଧିଷ୍ଠିର କହିଥିଲେ ଯେ ‘ ମୃତକ ବ୍ୟକ୍ତିକୁ ଯେତେବେଳେ ଶ୍ମଶlନ କୁ ନିଆଯାଇ ଥାଏ ସେତେବେଳେ ସମସ୍ତ ବ୍ୟକ୍ତି କହି ଥାଆନ୍ତି ରାମ ନାମ ସତ୍ୟ ହେ , କିନ୍ତୁ ଅନ୍ତିମ ସଂସ୍କାର ପରେ ଯେତେବେଳେ ସମସ୍ତ ବ୍ୟକ୍ତି ଘରକୁ ଫେରି ଥାଆନ୍ତି ରାମ ନାମ ଭୁଲି ମୋହ ମାୟା ରେ ବାନ୍ଧି ହୋଇ ଯାଆନ୍ତି l ରାମ ନାମ ସତ୍ୟ ହେ ଏହା କେବଳ ମୃତକ କୁ ଶୁଣାଇବା ପାଇଁ କୁହାଯାଇ ନଥାଏ l ଏହା ମୃତକ ସହିତ ରହିଥିବା ପରିଜନ ମାନଙ୍କୁ ଶୁଣା ଯାଇଥାଏ l ଅର୍ଥାତ ରାମଙ୍କ ନାମ ଜପିବା ଦ୍ୱାରା ହିଁ ମଣିଷ କେବଳ ସଦଗତି ଲାଭ କରିଥାଏ l
ରାମ ନାମ କହିବାର ମୁଖ୍ୟ କାରଣ –
-ରାମ ନାମ ସତ୍ୟ ହେ କହିବାର ମୁଖ୍ୟ କାରଣ ହେଲା ଶବ ସହିତ ଯାଉଥିବା ବ୍ୟକ୍ତି ମାନେ ଜାଣି ରଖିବା ଉଚିତ ଯେ ମୃତ୍ୟୁ ପରେ ଯାହା ଧନ ଅର୍ଜନ କରିଥିବ ତାହା ଛାଡିକି ଯିବ l କେବଳ ନିଜ କର୍ମ ହିଁ ତୁମ ସହିତ ଯିବ l କାହିଁକି ନା କର୍ମ ପ୍ରଭୁ ଶ୍ରୀରାମ ଙ୍କ ଭାଲୁ ଅମର ଅଟେ l ତେଣୁ ଜୀବିତ ଅବସ୍ଥାରେ ଭଲ କର୍ମ କରିବା ଉଚିତ l
– ରାମ ନାମ ସତ୍ୟ ହେ କହିବାର ଆଉ ଗୋଟିଏ କାରଣ ହେଉଛି ମନୁଷ୍ୟ ର ମୃତ୍ୟୁ ପରେ କିଛି ତା ଅଙ୍ଗ ସକ୍ରିୟ ରହିଥାଏ, ସେଠି ମଧ୍ୟରୁ କାନ ଗୋଟିଏ ବୋଲି କୁହାଯାଇ ଥାଏ l ସେଥିପାଇଁ ଅନ୍ତିମ ସଂସ୍କାର ରେ ରାମ ନାମ ନେବା ଦ୍ୱାରା ଏହି ଅମୃତ ବାଣୀ ମୃତକ ର କାନରେ ପଡିଥାଏ ଓ ସେ ମୋକ୍ଷ ପ୍ରାପ୍ତି କରିଥାଏ l
– ରାମ ନାମ ସତ୍ୟ ହେ କୁହାଯିବାର ଅନ୍ୟ କାରଣ ଏହା କି ଏହି ଶବ୍ଦ କୁ ଶୁଣିବା ପରେ ମାର୍ଗ ରେ ଯାଉଥିବା ଲୋକଙ୍କ ଧ୍ୟାନ ଆକର୍ଶଣ କରିଥାଏ, ସେମାନେ ବୁଝି ଯାଆନ୍ତି ଯେ ସର୍ବ ଯାତ୍ରା ଯାଉଛି l ଏବଂ ସେମାନେ ରାସ୍ତା ଛାଡି ଦେଇ ଥାଆନ୍ତି l କାହିଁକି ନା ସର୍ବ ଯାତ୍ରା ଅଟକିବା ଅଶୁଭ ହୋଇଥାଏ l ଏଥିପାଇଁ ଶବ ଯାତ୍ରା ଘରୁ ବାହାରିବା ପରେ ଶ୍ମଶlନ ରେ ସମାପ୍ତ ହୋଇଥାଏ l