କେନ୍ଦୁଝର : ଜିନ୍ଦଲଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର କାସିଆ ଖଣିରେ ମୋ ମାଟି ମୋ ଦେଶ ଏବଂ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଜେଏସପିର କର୍ମଚାରୀ ବରୀଷ୍ଠ ଅଧିକାରୀ ଏବଂ ନିକଟସ୍ଥ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ। ସକାଳ ୮ ଘଣ୍ଟିକା ସମୟରେ ସୂଚନା ଭିତିକ ପ୍ଲାକାଡ ଓ ପୋଷ୍ଟର ସହିତ ଅମୃତ କଳସ ଶୋଭାଯାତ୍ରା କଲୋନୀ ଠାରୁ ଆରମ୍ଭ ହୋଇ କାସିଆ ଖଣି ପରିସରକୁ ଯାଇଥିଲା। ସେଠାରେ ଉପସ୍ଥିତ ଅଧିକାରୀ ଯଥା ଖଣି ମୂକ୍ଷ ପ୍ରମୋଦ କୁମାର ପାତ୍ର ମାନବସମ୍ବଳ ବିଭାଗ ମୂକ୍ଷ ଆଶିଷ ରଞ୍ଜନ ମହାନ୍ତି, ସନ୍ତୋଷ ଚୌଧୁରୀ, ରଣଜିତ ଚୌଧୁରୀ,ରଜନୀଶଚର୍ତ୍ତୃବେଦୀପ୍ରମୂଖ ଉପସ୍ଥିତ ରହି ଭୂମି ପୂଜନ କରି ମୃତ୍ତିକା ସଂଗ୍ରହ କରିବା ସହିତ ବିଭିନ୍ନ ତାରାକୁ ଅମୃତ କଳସରେ ସ୍ଥାପନା କରିଥିଲେ। ପରେ ସେଠାରୁ ବହୁ ଆନନ୍ଦ ଉଲ୍ଲାସରେ ସମସ୍ତ ସ୍ନୋଗାନ ଦେଇ କଲୋନୀ ଅଭିମୁଖେ ଯାତ୍ରା କରିଥିଲେ। ଦେଶ ମାତୃକାର ସୁରକ୍ଷା ପାଇଁ ଯେଉଁ ବୀରପୁତ୍ର ମାନେ ବଳିଦାନ ଦେଇଛନ୍ତି ସେମାନଙ୍କୁ ବଳିଦାନ ଦେଇଛନ୍ତି। ସେମାନଙ୍କୁ ସମ୍ମାନ ଦେବା ପାଇଁ ଇଣ୍ଡିଆନ ବ୍ୟୁରୋ ଅଫ୍ ସାଇନ୍ସ (ଆଇବିଏମ) ଦ୍ବାରା ଏହି କାର୍ଯ୍ୟକ୍ରମ ପାଳନ କରିବାକୁ କାସିଆ ଖଣିକୁ ଚୟନ କରାଯାଇଥିବା କୁହାଯାଉଛି। କାର୍ଯ୍ୟକ୍ରମ ପରେ ସମ୍ମାନର ସହ ଅମୃତ କଳସ ଦୁଇ ଟିକୁ ଭୁବନେଶ୍ୱର ସ୍ଥିତ ଆଇବିଏମ କାର୍ଯ୍ୟାଳୟକୁ ପଠାଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ମାନବ ସମ୍ବଳ ବିଭାଗର ଚନ୍ଦ୍ରଶେଖର ମିଶ୍ର ଙ୍କ ଦ୍ବାରା ପରିଚାଳିତ ହୋଇଥିଲା।
