Odisha news

ଦୁଇଟି ସ୍ଥାନରେ ସମାନ  ଢଙ୍ଗରେ ଚୋରି, ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଦୁଇଟି ପୃଥକ ପୃଥକ ସ୍ଥାନରେ ସମାନ  ଢଙ୍ଗରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ ଲୁଟେରା । ପ୍ରାପ୍ତ ସୂଚନା ମୁତାବକ ବୈଶିଙ୍ଗା ଥାନା ଅଧୀନ ବରଜପୁର ଗ୍ରାମ ର ସ୍ଵର୍ଗତଃ ଗଣପତି ବିଶ୍ଵାଳ ଙ୍କ ପୁଅ ରବୀନ୍ଦ୍ର ବିଶ୍ଵାଳ(୬୫) ବୁଧବାର ସକାଳ ସମୟରେ ନିଜ ଘରେ ତାଲା  ପକାଇ ସସ୍ତ୍ରୀକ ଗାଡି ଯୋଗେ ଝିଅ ଘରକୁ ଯାଇଲେ। ରାତ୍ରୀ ୯ ଘଟିକା ସମୟରେ ପ୍ରାୟ ଘରକୁ ଫେରିଥିଲେ । ଘରର ସାମ୍ନା ପଟ କବାଟ ର ତାଲା ଖୋଲି ଭିତରକୁ ଯାଇ ଦେଖିବା ବେଳକୁ ଘର ର ଉତ୍ତର ପଟ ଝରକା ର ଗ୍ରୀଲ ଭଙ୍ଗା ଯାଇ ଭିତରେ ଥିବା ଗଡରେଜ ଭଙ୍ଗା ଯାଇଛି । ଗଡରେଜ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବାର ଦେଖିବାକୁ ପାଇଥିଲେ । ଏ ନେଇ ସେ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାଯାଇଛି ।
 ଅନୁରୂପ ଭାବେ ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ଗ୍ରାମରେ ଥିବା  ଶିକ୍ଷକ ଅମୂଲ୍ୟ ପରିଡା (୫୪)ଙ୍କ ଘରୁ ମଧ୍ୟ ବୁଧବାର ସନ୍ଧ୍ୟା ସମୟରେ ଝରକା ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇ ଥିବା ନେଇ ତଦନ୍ତ ଚଳାଇଛି ବୈଶିଙ୍ଗା ପୁଲିସ । ମିଳିଥିବା ସୂଚନା ଅନୁସାରେ ଶ୍ରୀ ପରିଡା ବାଲେଶ୍ଵର ଜିଲ୍ଲା ଅଧୀନ ଗଣ୍ଡବାଙ୍କ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ସେ ସସ୍ତ୍ରୀକ ବୁଧବାର ସନ୍ଧ୍ୟା ସମୟରେ ଘରେ ତାଲା ପକାଇ ବଜାରକୁ ଆସିଥିଲେ । ଘରକୁ ଫେରି ସାମ୍ନା ପଟ କବାଟ ଖୋଲି ଭିତରକୁ ପ୍ରବେଶ କରି ଦେଖିବା ବେଳକୁ ଝରକା ର ଗ୍ରୀ ଲ ଭଙ୍ଗା ଯିବା ସହ ପଛ ପଟ ଗ୍ରୀଲ ମଧ୍ୟ ଭଙ୍ଗା ଯାଇଛି । ଘରେ ଥିବା ଗଡରେଜ ମଧ୍ୟ ଭଙ୍ଗା ଯାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଲୁଟେରା। ଏନେଇ ସେ ମଧ୍ୟ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିବା  ପରେ ତଦନ୍ତ ଚାଲି ଥିବା ଜଣାଯାଇଛି ।

Leave A Reply