ଗର୍ଭସ୍ଥ ଶିଶୁ ଠାରୁବୃଦ୍ଧ ହୋଇ ମରିବା ପର୍ଯ୍ୟନ୍ତ ବିଜେଡି ସରକାର ସମସ୍ଥ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି ବଦ୍ରି ପାତ୍ର
କେନ୍ଦୁଝର : ଓଡିଶାର ଅଦିତୀୟ ନେତା ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେନାମିତ ବିଜୁ ଜନତା ଦଳ ନବୀନ ପଟନାୟକଙ୍କ ନେତୃତ୍ଵରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖ ପ୍ରତିଷ୍ଠା ହୋଇଥିଲା ଦୀର୍ଘ ୨୪ ବର୍ଷରେ ଏହି ଦଳ ପଦାପର୍ଣ କରିବାପରେ ଏହି ଦିନକୁ ସ୍ମରଣୀୟ କରିବାପରେ ବିଜୁ ଜନତା ଦଳ ପକ୍ଷରୁ ଘସିପୁରା ନିର୍ବାଚନମଣ୍ଡଳୀ ପକ୍ଷରୁ ଘଟଗାଁ ତାରିଣୀ ପଡିଆଠାରେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରାବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ଵରେ ଉକ୍ତ ପ୍ରତିଷ୍ଠା ଦିବସ ଶୁଂଖଳାର ସହ ସାମାଜିକ ଦୁରତ୍ଵ ରକ୍ଷାକର କରୋନାରୋଗ ପ୍ରତି ସଚେତନ ରହି କାର୍ଯ୍ୟ ସମାପନ କରାଯାଇଥିଲା । ଉକ୍ତ କାର୍ଯ୍ୟ କର୍ମରେ ଘସିପୁରା ବ୍ଳକ ଓ ଘଟଗାଁ ବ୍ଳକର ସମସ୍ତ ପଞ୍ଚାୟତର ନେତୃବୃନ୍ଦ ଓ ବିଜେଡିର ବରିଷ୍ଠ ନେତ୍ଵବୃନ୍ଦ ଯୋଗଦେଇଥିଲେ ଉକ୍ତ ସଭାରେ ବିଧାୟକ ଶ୍ରୀ ପାତ୍ର ଉଦବୋଧନ ଦେଇ କହିଥିଲେ ଯେ ଦିର୍ଘ ୨୪ ବର୍ଷ ଧରି ବିଜେଡି ଦଳର ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତରେବିଜୁ ଜନତା ଦଳ କ୍ଷମତାରେ ରହିବା ପରେ ରାଜ୍ୟରେ ସୁଶାସନ ଯୋଗାଇଦେବା ସହିତ ଜନ ହିତରେ କାର୍ଯ୍ୟ କରି ଗରିବ ଖଟିଖିଆ ଲୋକଙ୍କୁ ହୃଦୟରେ ଆପଣାର ହୋଇପାରିଛନ୍ତି. ଗର୍ଭସ୍ତ ଶିଶୁଠାରୁ ବୃଦ୍ଧ ହୋଇ ମରିବା ପର୍ଯ୍ୟନ୍ତ ବିଜେଡି ସରକାର ସମସ୍ତ ଯୋଜନା ହାତକୁ ନେଇଛନ୍ତି ବୋଲି ଶ୍ରୀ ପାତ୍ର ଦୃଢ଼ୋକ୍ତି ପ୍ରଦାନ କରିଥିଲେ। ଏଥି ସହିତ ଦିନ ମଜୁରୀଆଓ ମଧ୍ୟମ ଶ୍ରେଣୀର ପରିବାର ପାଇଁ ସରକାର ଯୋଜନା ପ୍ରଣୟନ କରି ଜନସାଧାରଣଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ ସଫଳ ହେଲେ ଥିବାରୁ ଓଡିଶା ଲୋକଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପାତ୍ର କହିଥିଲେ। ଘରଗାଁ ବ୍ଳକ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରାଙ୍କ ସଭାପତିତ୍ଵରେ ଆୟୋଜିତ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ସମ୍ମାନୀତ ଅତିଥିଭାବେ ଘସିପୁରା ବ୍ଳକ ପୂର୍ବତନ ଅଧ୍ୟକ୍ଷ ଦେବାଶିକ୍ଷ ପାତ୍ର, ପୂର୍ବତନ ଜିଲ୍ଳା ସଭାପତି ଆଶିଷ ଚର୍କବର୍ତ୍ତୀ, ଘସିପୁରା ବ୍ଳକ ସଭାପତି ମନମଥ ରାଉତ, ଘଟଗାଁ ବ୍ଳକ ଅଧ୍ୟକ୍ଷ ଦୋପଦି ଦଣ୍ଡପାଟ, ଜିଲ୍ଲାମହିଲା ଉପସଭାପତି ରଞ୍ଜିତା ରାଉତ, ବିଜେଡି ନେତା ସିକନ୍ ପାଢି । ସଞ୍ଜୟ ମିଶ୍ର, ପ୍ରଦିପ ସାହୁ, ବିକ୍ରମ ଯେନା, ଦେବଦତ୍ତ ନାୟକ, ପୁଷ୍ପଲତା ରାଉତ, ନନ୍ଦକିଶୋର ବେହେରା, ପରେଶ କୁଅଁର,ବିଭାସ ନାୟକ, ପ୍ରମୁଖ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ର ୧୦ ବର୍ଷ ମନ୍ତ୍ରୀତ୍ଵ ସମୟରେ ବ୍ୟାପକ ଉନ୍ନୟନ କରିଥିବାରୁ କେନ୍ଦୁଝର ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟ କର୍ମରେ ୫ ହଜରରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ।