କେନ୍ଦୁଝର ଜିଲ୍ଲାବାସୀଙ୍କୁ ବଦ୍ରିପାତ୍ରଙ୍କ କୃତଜ୍ଞତା ଦିଗଦର୍ଶନ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନ ଇତିହାସ ହୋଇ ରହିବ :
କେନ୍ଦୁଝର, : ସମ୍ପ୍ରତି ବିଶ୍ୱରେ ଘାତକ କରୋନା ଭାଇରସ୍-କୋଭିଡ୍-୧୯ ମହାମାରୀର ରୂପ ନେଇଥିବା ପରୀପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରେ କରୋନା ଭାଇରସ୍ –କୋଭିଡ୍ ୧୯କୁ ପ୍ରତିରୋଧ କରିବା ପାଇଁ ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ତଥା ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଅଗ୍ରଣୀ ଭୂମିକା ନିଭାଇବାକୁ ଆଗେଇ ଆସନ୍ତୁ । ରାଜ୍ୟ ସରକାରଙ୍କ ପଚାଂୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗଙ୍କ ନିଦେ୍ର୍ଦଶକ୍ରମେ ଓ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଚଳିତ ମାର୍ଚ୍ଚ ୨୧ତାରିଖ ଶନିବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଆୟୋଜିତ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ଅଧିବେଶନରେ ଏହି ଆହ୍ୱାନ ଦିଆଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ପିଡି ଡିଆର୍ଡିଏ ଡଃ ଉଦ୍ଧବ ଚନ୍ଦ୍ର ମାଝୀଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟାମାନେ ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଓ ଘଷିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର କହିଥିଲେ ଯେ, ବର୍ତମାନ କରୋନା ଭାଇରସ୍ ବିଶ୍ୱର ଚାରି ଆଡେ ବ୍ୟାପୁଥିବାରୁ ଏକ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି, ତଥା କାରୋନା ସଚେତନତା କାର୍ୟ୍ୟକ୍ରମକୁ କେନ୍ଦୁଝର ବସି ୧୦୦ ଭାଗ ସଫଳ କରିଥିବାରୁ ଶ୍ରୀପାତ୍ର କୃତଜ୍ଞତା ଜ୍ଞାପନ କରିଥିଲେ । ଏଣୁ କେନ୍ଦୁଝର ଜିଲ୍ଲାକୁ କରୋନା ଭାଇରସ୍ ମୁକ୍ତ କରିବା ପାଇଁ ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନେ ସଚେତନତାର ବାର୍ତାକୁ ଲୋକମାନଙ୍କ ନିକଟରେ ପହଁଚାଇବାକୁ ଜିଲ୍ଲାବାସୀ ଆଗେଇ ଆସନ୍ତୁ ବୋଲି ଶ୍ରୀପାତ୍ର ନିବେଦନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକରେ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ଅଧିବେଶନର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରି କେନ୍ଦୁଝର ଜିଲ୍ଲାରେ କରୋନା ଭାଇରସ୍ କୋଭିଡ୍-୧୯ର ପ୍ରତିରୋଧ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ବ୍ୟାପକ ପଦକ୍ଷେପ ଓ ପ୍ରାକ୍ ପ୍ରସ୍ତୁତି ଉପରେ ଅବଗତ କରାଇଥିଲେ ।
ପିଡି ଡିଆର୍ଡିଏ ଡଃ ଉଦ୍ଧବ ଚନ୍ଦ୍ର ମାଝୀ କରୋନା ଭାଇରସ୍ର ପ୍ରତିରୋଧ ପାଇଁ ପଚାଂୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଶୋକ କୁମାର ଦାଶ କୋରୋନା ଭାଇରସ୍ର ଉତ୍ପତିସ୍ଥଳ ଏବଂ ଏହା ପୃଥିବୀର ବିଭିନ୍ନ ଦେଶ ତଥା ଭାରତର ବିଭିନ୍ନ ପ୍ରଦେଶକୁ କିପରି ବ୍ୟାପିଛି ଏହାର ଭୟାବହତା ଉପରେ ଅବତାରଣା କରି ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଏବଂ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲାପାଳ ଶ୍ରୀ ଠାକରେ କୋରୋନା ଭାଇରସ୍ କୋଜିଡ୍-୧୯ର ପ୍ରତିରୋଧ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, କରୋନା ଭାଇରସ୍ କୋଭିଡ୍-୧୯ର ପ୍ରତିରୋଧ ପାଇଁ ସଚେତନତା ହେଉଛି ମହୌଷଧି । ଏଣୁ ପ୍ରତି ବ୍ୟକ୍ତି ପ୍ରତି ପରିବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ତଥା ପ୍ରତିଷେଧକ ବ୍ୟବସ୍ଥାର ଅନୁକରଣ କରିବା ତଥା ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ । ଜନସମାଗମ କରୋନା ଭାଇରସ୍ର ବାହକ । ଏଣୁ ଜନସମାଗମ ଏଡ଼ାଇବା ପାଇଁ ସ୍କୁଲ, କଲେଜ୍, ଟୁ୍ୟଟୋରିଆଲ୍, ପାର୍କ, ଜିମ୍, ସପିଂ ମଲ୍/ମାର୍ଟ ଇତ୍ୟାଦି ବନ୍ଦ କରାଯାଇଛି । ଜିଲ୍ଲାରେ ସି.ଆର.ପି.ସି.ର ୧୪୪ ଧାରା ଜାରି କରାଯାଇଛି । ମନ୍ଦିର, ମସ୍ଜିଦ୍, ଗୁରୁଦ୍ୱାର, ଗୀର୍ଜା ଇତ୍ୟାଦି ଧାର୍ମିକ ଅନୁଷ୍ଠାନମାନଙ୍କରେ ଭକ୍ତ, ଦର୍ଶନାର୍ଥୀ, ଅନୁଗାମୀଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି । କେବଳ ଆବଶ୍ୟକୀୟ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ବିବାହ, ବ୍ରତ, ଯାନିଯାତ୍ରା, ଉତ୍ସବ, ନାମଯଜ୍ଞ, ସାମୁହିକ ପ୍ରାର୍ଥନା ଆଦି ସାମାଜିକ ଉତ୍ସବକୁ ବାରଣ କରାଯାଇଛି । ଜନଗହଳି ହେଉଥିବା ରେଷ୍ଟୁରାଂଟ୍,ବାର,କଫି ସପ,କ୍ୟାନ୍ଟିନ୍, ଭୋଜନାଳୟକୁ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ହୋଟେଲ ମାନଙ୍କରେ ସାମାଜିକ ଦୂରତ୍ୱ ବଜାଇ ରଖିବା ସହିତ ଗା୍ରହକ ମାନଙ୍କୁ ଖାଦ୍ୟ ଘରକୁ ନେଇଯିବାପାଇଁ ପ୍ରବର୍ତାଇବା ନିମନ୍ତେ ପ୍ରବର୍ତାଇବାକୁ ନିଦେ୍ର୍ଦଶ ଦିଆଯାଇଛି । କୌଣସି ସ୍ଥାନରେ ୭ ଜଣରୁ ଉର୍ଦ୍ଧ ସମବେତ ନ ହେବାକୁ ନିଦେ୍ର୍ଦଶ ଦିଆଯାଇଛି । ଦୋକାନବଜାର ଏବଂ ଗାଁ ଗହଳିର ହାଟ ଗୁଡିକୁ ନିୟନ୍ତ୍ର୍ରଣ କରାଯିବା ସହିତ ସେଠାରେ କେବଳ ଖାଦ୍ୟ ପଦାର୍ଥ, ତେଜରାତି ସାମଗ୍ରୀ,ପନିପରିବା,ମାଛ,ମାଂସ,ଅଣ୍ଡା ଇତ୍ୟାଦି ଅତ୍ୟବଶ୍ୟୟ ସାମଗ୍ରୀ ବିକ୍ରୟ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ଜାଗ୍ରତ ରଖାଯାଇଛି ।
ଡାକ୍ତର ଏବଂ ଷ୍ଟାଫ୍ମାନେ ଚିକିତ୍ସାଳୟମାନଙ୍କର ପରିଷ୍କାର ଓ ପରିଚ୍ଛନ୍ନତା ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ଜ୍ୱର, ଥଣ୍ଡା, କାଶ, ଛିଙ୍କରେ ଆକ୍ରାନ୍ତ ରୋଗୀମାନଙ୍କ ଚିକିତ୍ସା ପାଇଁ ପୃଥକ୍ ବ୍ୟବସ୍ଥା କରାଯାଇଛି । ମାଇକ୍ ଯୋଗେ ପ୍ରତି ଗାଁରେ ସଚେତନତା ବାର୍ତା ପ୍ରଚାର କରି ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ କଡ଼ାକଡ଼ି ନିଦେ୍ର୍ଦଶ ଦିଆଯାଇଛି । ଆଶା, ଅଙ୍ଗନୱାଡ଼ି କର୍ମୀ, ଏଏନ୍ଏମ୍, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ତୃଣମୂଳସ୍ତରର କର୍ମଚାରୀମାନଙ୍କ ଦ୍ୱାରା ଗାଁ ଗହଳିରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ସଚେତନତା ବାର୍ତା ବାଂଟିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଦେଶରୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏବଂ ଦେଶର ବିଭିନ୍ନ ପ୍ରଦେଶରୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ନଜର ରଖାଯାଇଛି । ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ରେଜିଷ୍ଟ୍ରେସନ୍ ଓ ରେଗୁଲେସନ୍ ଅନୁଯାୟୀ ନିଜ ଗୃହରେ ୧୪ ଦିନ ପର୍ଯ୍ୟନ୍ତ ପୃଥକ ଭାବେ ରହିବା ସହିତ ପଂଜିକୃତ ବ୍ୟକ୍ତିମାନଙ୍କୁ ୧୫ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି କହିଥିଲେ । ଦେଶର ବିଭିନ୍ନ ପ୍ରଦେଶରୁ ଆସୁଥିବା ବ୍ୟକ୍ତିମାନେ ମଧ୍ୟ ୧୪ ଦିନ ପୃଥକ୍ ଭାବେ ରହିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏତଦ୍ବ୍ୟତୀତ ଜ୍ୱର, କାଶ, ଥଣ୍ଡା, ଛିଙ୍କରେ ଆକ୍ରାନ୍ତ ବ୍ୟକ୍ତିମାନେ ମଧ୍ୟ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ସହିତ ପୃଥକ୍ ରହିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । କରୋନା ଭାଇରସ୍ ସଂକ୍ରମଣର ଲକ୍ଷଣ ଦେଖାଗଲେ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଇଛି । ବିଦେଶରୁ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଫେରୁଥିବା ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଅଂଚଳର ଲୋକମାନେ ଅସୂୟା ମନୋଭାବ ଦେଖାଉଥିବା ଏବଂ ମାନସିକ ନିର୍ଯାତନା ଦେଉଥିବା ତଥା ସାମାଜିକ ବାସନ୍ଦ କରୁଥିବାର ଦୃଷ୍ଟିକୁ ଆସିଛି । କିନ୍ତୁ ଏପରି ନକରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ବିଦେଶରୁ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ସଙ୍ଗରୋଧ ହୋଇ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ଏବଂ ସେମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ସଜାଗ ଦୃଷ୍ଟି ରଖାଯାଇଛି । ସାମାଜିକ ଦୂରତା ରକ୍ଷା କରି ସତର୍କ ରହିଲେ ଏହି ରୋଗ ବ୍ୟାପିବ ନାହିଁ । ଏଣୁ ସେମାନଙ୍କୁ ନୈତିକ ଓ ମାନସିକ ସାହସ ଓ ସହଯୋଗ ଯୋଗାଇବା ଦରକାର । ଜିଲ୍ଲାର ସ୍ଥିତି ଦୈନିକ ପରଖିବା ପାଇଁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଟାସ୍କ ଫୋର୍ସ ଗଠନ କରାଯାଇଛି । ୧୪୪ ଧାରା ଜାରି ରହିଥିବା ପରୀପ୍ରେକ୍ଷୀରେ କୌଣସି ପ୍ରକାର ଉଲଂଘନକୁ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ଉଲଂଘନକାରୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହି ମର୍ମରେ ଜିଲ୍ଲାର ସମସ୍ତ ଏକ୍ଜିକୁ୍ୟଟିଭ୍ ମାଜିଷ୍ଟ୍ରେଟ୍ ଏବଂ ପୋଲିସ୍ ବିଭାଗର ଅଧିକାରୀମାନଙ୍କୁ ସତର୍କ ଦୃଷ୍ଟି ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ତହସିଲଦାର ଏବଂ ଥାନା ଅଧିକାରୀମାନେ ବିଭିନ୍ନ ଅଂଚଳ ଗସ୍ତ କରି ପରିସ୍ଥିତି ପରଖିବା ସହିତ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଛାତ୍ରାବାସ/ଛାତ୍ରୀନିବାସରୁ ଅନ୍ତେବାସୀମାନଙ୍କୁ ୩ମାସର ଅଗ୍ରୀମ ଷ୍ଟାଇପେଣ୍ଡ ପ୍ରଦାନ କରି ଘରକୁ ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଜନସମାଗମକୁ ବାରଣ କରିବା ସହିତ ରୋଷ୍ଟର/ରୋଟେସନ୍ରେ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟ ନିର୍ଘଂଟ ପ୍ରସ୍ତୁତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଓ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ବିଶେଷ ସତର୍କତା ଅବଲମ୍ବନ ପୂର୍ବକ ହିତାଧିକାରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନ୍ସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅର୍ନ୍ତଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତା ଆଗାମୀ ୪ ମାସ ପାଇଁ ଏକକାଳିନ ସମସ୍ତ ହିତାଧିକାରୀଙ୍କୁ ଗ୍ରାମ ସ୍ତରରେ ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଇଛି । ଏତଦ୍ବ୍ୟତୀତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ଅର୍ନ୍ତଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆଗାମୀ ୩ମାସ ପାଇଁ ଚାଉଳ, ଗହମ ଏବଂ କିରୋସିନି ଇତ୍ୟାଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ କରାଯାଇଛି । ଏଣୁ ୩-୬ ବର୍ଷ ବୟସ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆ ଏବଂ ଗରମ ରନ୍ଧାଖାଦ୍ୟ ପାଇଁ ଶୁଖିଲା ରାସନ୍ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ହିତାଧିକାରୀମାନଙ୍କ ଗୃହରେ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରତି ଗ୍ରାମରେ ଏଏନ୍ଏମ୍, ଆଶା କର୍ମୀମାନଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ କରାଯାଇଥିବାବେଳେ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିରାମୟ କାଉଂଟରରେ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଅତି ଦରକାର ନପଡ଼ିଲେ ବାହାରକୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । କୋରାନା ପାଇଁ ଆଦୌ ଭୟଭୀତ ନ ହୋଇ ଦୃଢ ମାନସିକତା ରଖି ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି । କୌଣସି ପ୍ରକାର ଗୁଜବ ଅପପ୍ରଚାରକୁ ବିଶ୍ୱାସ ନ କରି କେବଳ ସଚେତନ ହେବାକୁ କୁହାଯାଇଛି । କରୋନା ସମ୍ପର୍କରେ ଗୁଜବ ସୃଷ୍ଟିକାରୀ, ମିଥ୍ୟା ଅପପ୍ରଚାର ସୃଷ୍ଟିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ ।