ରାୟଗଡା,- ସାଇ ଇଂଟରନ୍ୟାସନାଲ ଛକ ନିକଟରେ ରାୟଗଡା ପୋଲିସ ତରଫରୁ ଯାନବାହନ ଯାଂଚ ଚାଲୁଥିବା ସମୟରେ ରିଜର୍ଭ ବାଟାଲିୟନ ପୋଲିସର କନେଷ୍ଟେବଲଙ୍କୁ ଦୁର୍ଘଟଣା କଲେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି କନେଷ୍ଟେବଲ । ସୂଚନା ମୁତାବକ ଯାନବାହାନ ଯାଂଚ ଚାଲିଥିବା ସମୟରେ ରାୟଗଡା ଠାରୁ ପଦ୍ମପୁର ଅଭିମୁଖେ ଯାଉଥିବା ଚିନ୍ମୟ ଲାବଲା ସାଇ ଇଂଟରନ୍ୟାସନାଲ ଛକ ଠାରେ ଚେକିଂ ଚାଲୁଥିବା ଦେଖି ହଡବଇ ଯାଇଥିଲେ । କାର୍ଯ୍ୟରତ କନେଷ୍ଟେବଲ ଦିପକ ଗୌଡ ଚିନ୍ମୟଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ।
କିନ୍ତୁ ଚିନ୍ମୟ ନିଜର ନିୟନ୍ତ୍ରଣ ହରାଇ ମୋଟର ସାଇକଲ ଓଡି ୧୮ସି ୭୭୨୪ ଟିକୁ ଦିପକ ଗୌଡ ଉପରକୁ ଚଢାଇ ଦେଇଥିଲେ । ତୁରନ୍ତ ଦିପକ ଗୌଡଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଏସ.ପି ଡଃ ଶବଣ ବିବେକ ଏମ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଦିପକ ଗୌଡଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏଥି ସହ ଦିପକଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ ବୋଲି ଏସପି ପ୍ରତିଶୃତି ଦେଇଥିଲେ ।