ଭଦ୍ରକ:ଭୟଙ୍କର ‘କରୋନା’ସଂକ୍ରମଣକୁ ଦମନ କରିବା ନେଇ ରାଜ୍ୟ ସରକାର ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ଭଦ୍ରକ ସହରାଞ୍ଚଳକୁ “ଲକ୍ଡାଉନ୍'(ତାଲାବନ୍ଦ)ଘୋଷଣା କରିଥିଲେ । ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ସମଗ୍ର ଜିଲ୍ଲାକୁ ଆସନ୍ତା କାଲି ସକାଳ ୭ରୁ ୨୯ତାରିଖ ରାତି ୯ଟା ଯାଏଁ “ଲକ୍ଡାଉନ’ ବା ତାଲାବନ୍ଦ ଘୋଷଣା କରାଯାଇଛି । ଭଦ୍ରକ ରେ ଏହି “ଲକଡାଉନ’କୁ କଡାକଡି ଭାବେ ପାଳନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି । ଆଜି ସହରର ଲକ୍ଡାଉନ ସ୍ଥିତିକୁ ଜିଲ୍ଳାପାଳ ଜ୍ଞାନ ଦାସ ଓ ଏସ୍ପି ରାଜେଶ ପଣ୍ଡିତ ଅନୁଧ୍ୟାନ କରିଛନ୍ତି । “ଲକ୍ଡାଉନ’ କୁ କଡାକଡି ପାଳନ କରିବା ସକାଶେ ୭ଜଣ ମାଜିଷ୍ଟ୍ରେଟଙ୍କୁ ନେଇ ୭ଟି ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ଜଣେ ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ୩ଜଣ ପୋଲିସ କର୍ମଚାରୀ ଓ ୪ଜଣ ପୌରପାଳିକା କର୍ମଚାରୀଙ୍କୁ ନିଆଯାଇଛି । ଭଦ୍ରକ ଟାଉନହଲ୍ ଛକ-ଆରଡିଛକ, ଷ୍ଟେଡିମୟ ଦେଇ ବନ୍ତଛକ ଅଞ୍ଚଳ ପାଇଁ ଭଦ୍ରକ ଅତିରିକ୍ତ ତହସିଲଦାର ମୀନାକ୍ଷୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିବା ବେଳେ ଟାଉନହଲ ଛକ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ସହରାଞ୍ଚଳ ପାଇଁ ଭଦ୍ରକ ଅତିରିକ୍ତ ତହସିଲଦାର ଦୀପ୍ତିରଂଜନ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି ।
ସେହିଭଳି ଆରସିବିଏଲ୍ ହାଇସ୍କୁଲ-ରେଲେଓ୍ୱ ଓଭରବ୍ରିଜ ଅଞ୍ଚଳ ପାଇଁ ବସନ୍ତ ଲେଙ୍କା, ଟାଉନହଲ ଛକ-ବାଗୁରାଇ ସହରାଞ୍ଚଳ ପାଇଁ ଆସିଷ୍ଟାଣ୍ଡ କଲେକଫର ଦିପକ ରାଉତ, ଅପର୍ତ୍ତିବିନ୍ଦାଛକ-ରାନ୍ଦିଆ ସହରାଞ୍ଚଳ ପାଇଁ ଆସିଷ୍ଟାଣ୍ଡ କଲେକଫର(ଏଏଲ୍ଓ)କାର୍ତ୍ତିକ ନାଥ ମଣ୍ଡଳଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ମୋଚିଛକ-ଉତ୍ତରବାହିନୀ ଅଞ୍ଚଳ ପାଇଁ ସବ୍-କଲେକଫର ଅଫିସର ଆସିଷ୍ଟାଣ୍ଡ କଲେକଫର ବାସନ୍ତି ସାମଲ, ବ୍ଲìଭାଇନ ଛକ-ହଳଦୀଡିହ ବାଇପାସ ଛକ ପାଇଁ ଆସିଷ୍ଟାଣ୍ଡ କଲେକଫର ଶେ୍ୱତପଦ୍ମା ଦାସଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଗୁଡିକ ନିଜ ନିଜ ଅଞ୍ଚଳରେ ପଇଁତରା ମାରିବା ସହ ଯାତାୟତ କରୁଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ପଚରା ଉଚୁରା କରି ଛାଡୁଛନ୍ତି । ଏଥିସହ ବନ୍ଦ ରଖିବାକୁ କୁହାଯାଇଥିବା ଦୋକାନ ବଜାରକୁ ବନ୍ଦ କରିବା ସହ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହାବ୍ୟତୀତ ଲକ୍ଡାଉନ ସ୍ଥିତିକୁ ନମାନି ସହରାଞ୍ଚଳରେ ଖୋଲାଯାଇଥିବା କେତେକ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ଉପରେ ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରି ବନ୍ଦ କରିଛନ୍ତି । ସେହିଭଳି ଅନାବଶ୍ୟକ ଭାବେ ସହରାଞ୍ଚଳରେ ଯାତାୟତ କରୁଥିବା ଦୁଇଚକିଆ ଆରୋହୀଙ୍କୁ କଡାକଡି ଭାବେ ତାଗିତ କରାଯାଇଛି ଏବଂ ନିମୟଭଙ୍ଗ କଲେ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ସହରାଞ୍ଚଳରେ ୩ଚକିଆ ଓ ୪ଚକିଆ ଯାନ ବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।
ଜରୁରୀ ଆବଶ୍ୟକ ଥିଲେ ପ୍ରମାଣପତ୍ର ଦର୍ଶାଇ ଥାନାରୁ ପାଶ୍ ନେବା ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ସହରାଞ୍ଚଳରେ ଥିବା ହୋଟେଲ ଗୁଡିକ ଉପରେ କଟକଣା ଜାରି କରାଯାଇଛି । ବସି ଖାଇବାର ବ୍ୟବସ୍ଥା ବନ୍ଦ କରି ପାର୍ସଲ ନେବାର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ହୋଇଛି । ସେହିପରି ସହରାଞ୍ଚଳ ଓ ଉପକଣw ମଦ ଦୋକାନ ଗୁଡିକ ବନ୍ଦ କରାଯାଇଛି । ବନ୍ତଛକ ଅସ୍ଥାୟୀ ବସ୍ଷ୍ଟାଣ୍ଡକୁ ବସରହଣୀ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି । ଅନ୍ୟପକ୍ଷରେ ଜିଲ୍ଲାର ୭ଟି ବ୍ଲକର ୨୧୮ଟି ପଞ୍ଚାୟତରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି । ଏହି କ୍ୟାମ୍ପ ଗୁଡିକରେ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ ସହ ବିଛଣା ଗଦିର ବ୍ୟବସ୍ଥା କରାଯାଇଛି । ଏହି ସମୟ ମଧ୍ୟରେ କେବଳ ଗ୍ରୋସରୀ ଦୋକାନକୁ ବାଦ ଦେଲେ ଅନ୍ୟ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଛି । ଫଳ, ପନିପରିବା, ମାଛ, କୁକୁଡା ମାଂସ, ଅଣ୍ଡା ଦୋକାନ ସକାଳ ୬ଟା ଠାରୁ ୯ଟା ଏବଂ ଅପରାହ୍ନ ୪ଟାରୁ ୬ଟା ଯାଏଁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ମେଡ଼ିସିନ ଦୋକାନ ଖୋଲିବା ଉପରେ କୌଣସି କଟକଣା ଲାଗୁ ହେବ ନାହିଁ । ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଜି “ଲକ୍ଡାଉନ’ବେଳେ ୨ଚକିଆ ଓ ୩ଚକିଆ ଯାନ ବେଆଇନଭାବେ ଚଲାଉଥିବାରୁ ସେମାନଙ୍କ ଠାରୁ ୧.୨୦ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିଭଳି ୬ଦୋକାନୀ ଲକ୍ ଖୋଲି ବେପାର କରିବା ଅଭିଯୋଗରେ ସେମାନଙ୍କୁ ଗିରଫ୍ କରାଯାଇଛି । ଏହି “ଲକଡାଉନ’ ଫଳରେ ଆଗ ଭଦ୍ରକ ସହର ଓ ଏବେ ଜିଲ୍ଲା ଶୂନ୍ଶାନ ହୋଇଯାଇଛି ।