Odisha news

ଶିଳ୍ପ ନଗରୀ ଥେରୁବାଲି ଡି.ପି.କ୍ୟାମ୍ପ ଦୈନିକ ବଜାର ନିକଟରେ ଥିବା ଏଟିଏମ ଲୁଟ ଉଦ୍ୟମ ଘଟଣାରେ ୩ ଗିରଫ

0

ରାୟଗଡା,୨୩ ।୩(ସ.ବ୍ୟୁ)- ଶିଳ୍ପ ନଗରୀ ଥେରୁବାଲି ଡି.ପି.କ୍ୟାମ୍ପ ଦୈନିକ ବଜାର ନିକଟରେ ଥିବା ସ୍ଥିତ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମକୁ ଦୁବୃତ୍ତ ମାନେ ଭଙ୍ଗାରୁଜା କରି ଟଙ୍କା କାଢି ନେବା ପାଇଁ ଚେଷ୍ଟା କରିଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ଦୁବୃତ୍ତ ମାନେ ଏଟିଏମ ମେସିନ ଭାଙ୍ଗି ଟଙ୍କା କାଢିବାରେ ସକ୍ଷମ ହୋଇନଥିଲେ ।

ଘଟଣା ସଂପର୍କରେ ଖବର ପାଇ ଥେରୁବାଲି ଫାଣ୍ଡି ଅଧିକାରୀ ଏବ ଚାନ୍ଦିିଲି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଏଥି ସହ ସାଇଂଟିଫିକ ଟିମ ଏବଂ ସନ୍ଧାନୀ କୁକୁରଙ୍କ ସାହାର୍ଯ୍ୟ ମଧ୍ୟ ନିଆଯାଇଥିଲା । ସିସିଟିଭି ଫୁଟେଜକୁ ଆଧାରା କରି ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଗିରଫ ମାନଙ୍କ ମଧ୍ୟରେ ସୁଧିର ଗରଡିଆ ( ୧୯), ଉମେଶ ନାଗ (୧୯ ) ଏବଂ ଥେରୁବାଲି ଡିପି କ୍ୟାମ୍ପର ଟୁଲୁ ବାହାଦୁର ( ୨୮) କୁ ଗିରଫ କରାଯାଇଛି । ଚାନ୍ଦିଲି ଥାନା କେଶ ନଂ ୭୧ ତା ୨୨.୦୩.୨୦୨୦, ଦଫା ୪୫୭/ ୩୮୦/ ୫୧୧ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି । ଘଟଣା ସଂପର୍କରେ ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି ।

Leave A Reply