ରାୟଗଡା,- ଜଣେ ମହିଳାଙ୍କୁ ମରାଣନ୍ତ୍ରକ ଆକ୍ରମଣ ହୋଇଛି । ଘଟଣାଟି ୧୪ ତାରିଖ ଦିନ ହୋଇଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା ଦୋଷୀ ମାନଙ୍କୁ କଲ୍ୟାଣସିଂହପୁର ପୋଲିସ ଗିରଫ କରିନଥିବା ଅଭିଯୋଗୀରେ ଆଜି ଆକ୍ରମଣର ଶୀକାର ହୋଇଥିବା ମହିଳା ଏସ୍.ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାକ୍ରମେ କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରୀ ଗ୍ରାମ ପଂଚାୟତ ଅନ୍ତର୍ଗତ ଖରପଡା ଗ୍ରାମ ବାସିନ୍ଦା ଶାନ୍ତିଲତା ମହାନନ୍ଦିଆ ଅଭିଯୋଗ ଆଣିଛନ୍ତି ଯେ ସେହି ଗ୍ରାମର ହରେକୃଷ୍ଣ ବାଗ ଏବଂ ନିଜର କିଛି ସଂପର୍କୀୟ ୧୪ ତାରିଖ ଦିବା ୧ ଘଂଟି ସମୟରେ ମୋ ବାପା ରାମକୃଷ୍ଣ ବାଗଙ୍କୁ ଆକ୍ରମଣ କରୁଥିବା ଦେଖି ମୁଁ ଘଟଣା ସ୍ଥଳରେ ପହଂଚିଥିଲେ ।
ମୋତେ ହରେକୃଷ୍ଣ ବାଗ ଦେଖି ଆପତିଜନକ ଭାଷା ବ୍ୟବହାର କରିବା ସହ ଧରିଥିବା ଏକ ଲୁହା ରଡ ମାଧ୍ୟମରେ ମୋତେ ଆକ୍ରମଣ କରିଥିଲେ । ତେବେ ଲୁହା ରଡଟି ମୋ ଛାତିରେ ନ ବାଜି ମୋ ଜଘଂରେ ବାଜିଯାଇଥିଲେ । ମୁଖ୍ୟ ଅଭିମୁକ୍ତ ରାମକୃଷ୍ଣ ବାଗ ସହ ଆସିଥିବା ଖଗେଶ ବାଗ, ସୁରେନ୍ଦ୍ର ବାଗ, କୃଷ୍ଣଚନ୍ଦ୍ର ବାଗ, ପିଙ୍କି ବାଗ, ପକ୍ଷୀ କରକରିଆ, ସୁବାସିନୀ ବାଗ ମୋତେ ତଳେ ପକାଇ ବିଧା, ଗୋଇଠି ମାରି ଲହୁଲୁହାଣ କରିଦେଇଥିଲେ । ଘଟଣା ସଂପର୍କରେ କଲ୍ୟାଣସିଂହପୁର ଥାନାରେ ଲିଖିତ ଆକାରରେ ଜଣାଇଥିଲେ ।
କେଶ ନଂ ୪୭ ତା ୧୫.୦୩.୨୦୨୦ ଦଫା ୨୯୪/୫୦୬/୩୫୪/୩୨୪/୩୩୬/୩୩୭/୩୨୩/୪୨୬/୩କ ଧାରା ଅନୁାୟୀ ପ୍ରକାରେ ମାମଲ ରୁଜ୍ଜୁ ହୋଇଥିଲା । ତେବେ ଦୀର୍ଘ ୯ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇନଥିବା ଯୋଗୁଁ ଆଜି ଶାନ୍ତିଲତା ମହାନନ୍ଦିଆ ନିଜ ପରିବାରବର୍ଗ ସହ ଆସି ଏସ.ପି ଡଃ ଶ୍ରବଣା ବିବେକ ଏମଙ୍କୁ ସାକ୍ଷାତ କରିଥିଲେ ।