Odisha news

କେନ୍ଦୁଝର ଜିଲ୍ଲା ରେ ଲଘୁଖଣିଜ ପଦାର୍ଥ ଜବତ କରିବା ରେ ଆନନ୍ଦପୁର ଉପଜିଲ୍ଲାପାଳ ସଫଳ

0

ଆନନ୍ଦପୁର (Rabi Raj):-ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ଦ୍ରବ୍ୟ ବ୍ୟାପକ ଚୋରା ଚାଲାଣ ଚାଲିଥିବା ବେଳେ ୨୦୧୯-୨୦ ମସିହା ରେ ଆନନ୍ଦପୁର ତହସିଲଦାର ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ତପନ କୁମାର ନାଏକ ବିଭିନ୍ନ ସ୍ଥାନରେ ଘମାଘୋଟ ଚଢାଉ କରି ବ୍ୟାପକ ରାଜସ୍ୱ ଆଦାୟ କରିବାରେ ସଫଳ ହୋଇଛନ୍ତି ଆନନ୍ଦପୁର ତହସିଲ ଅନ୍ତର୍ଗତ ହାତିବନ୍ଧା ନିକଟସ୍ଥ ମଲାରପଦା ଗୋଚର ଜମିରୁ ବେଆଇନ ଭାବେ ଜେସିବି ମେସିନ ଦ୍ଵାରା ମାଟି ଚୋରା ଚାଲାଣ କରୁଥିବା ଖବର ପାଇ ଆନନ୍ଦପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ତପନ କୁମାର ନାଏକ ଘଟଣା ସ୍ତଳରେ ପହଞ୍ଚି ଜେସିବି ମେସିନ କୁ ଜବତ କରିବା ସହିତ ଆନନ୍ଦପୁର ସହରାଞ୍ଚଳ ଅନର୍ଗତ ପଦ୍ମପୁର ନଦୀ ବାଲି ଘାଟ ରୁ ଏକ ଚୋରାବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରି ୪୦ ହଜାର ଜୋରିମାନା ଆଦାୟ କରିଥିବା ଜଣାଯାଇଛି ଏହା ପୂର୍ବରୁ ଏକ ହାଇଘ୍ୱା ଗାଡି OD-05-AW-2446 ରେ ଚୋରା ବାଲି ବୋଝେଇ ହୋଇ ଚାଲାଣ ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭାରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀ ନାଏକ ଉକ୍ତ ଗାଡିକୁ ଜବତ କରିବା ସହିତ ଯାଞ୍ଚ କରିଥିଲେ ଏହି ହାଇଘ୍ୱା ଗାଡିର ଟ୍ରାଞ୍ଜିଷ୍ଟ ପାସ ନଥାଇ ବାଲି ଚାଲାଣ କରୁଥିବା ବେଳେ ଆନନ୍ଦପୁର ବ୍ରିଜ ଛକ ଠାରେ ୨୦ ହଜାର ଟଙ୍କା ଜୋରିମାନା କରିଥିଲେ ବୋଲି ଜଣା ଯାଇଛି

Leave A Reply