କେନ୍ଦୁଝର : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ କମ୍ପାନୀ ପକ୍ଷରୁ ବୁଧବାର ଫିଟନେସ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଶାରୀରିକ ସୁସ୍ଥ ତା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ବଡ଼ବିଲ ପ୍ଲାଣ୍ଟ ତଥା ଟେନସା ଏବଂ କାଶିଆ ଖଣିଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।କରୋନା କଟକଣାକୁ ମାନି ଏହି କାର୍ଯ୍ୟକ୍ରମରେ କମ୍ପାନୀର କର୍ମଚାରୀ ସେମାନଙ୍କର ପରିବାର ବର୍ଗ ଏବଂ ପିଲାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ଏହି ଅବସରରେ ନିକଟସ୍ଥ କାଶିଆ ଗ୍ରାମରେ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଏକ ସ୍ବାସ୍ଥ୍ୟ କେନ୍ଦ୍ର ଆୟୋଜନ କରାଯାଇଥିଲା। ଯେଉଁଥିରେ ଭଦ୍ରାସାହି ଏବଂ ସେରେଣ୍ଡା ଗ୍ରାମପଞ୍ଚାୟତର ପ୍ରାୟ ତିନି ଶହ ଲୋକ ଯୋଗଦେଇ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ କମ୍ପାନୀର ଉପସଭାପତି ଏବଂ ଆଇରନ ଔର ବ୍ୟବସାୟ ମୁଖ୍ୟ ଆଶିଷ ପାଣ୍ଡେ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଶାରୀରିକ ସୁସ୍ଥତା ବହୁତ ଗୁରୁତ୍ବପୁର୍ଣ ଓ ପ୍ରତିଦିନ ଯୋଗ କରିବା ଦ୍ବାରା ଆମର ଦୁଇଗୋଟି ବିଶେଷ ଲାଭ ହୋଇଥାଏ। ପ୍ରଥମତଃ ଆମେ ମାନସିକ ବିଷାଦରୁ ମୁକ୍ତ ରହୁ ଏବଂ ଦ୍ବିତୀୟତଃ ଆମେ ଅଧିକ କାର୍ଯ୍ୟକ୍ଷମ ହେଉ ଓ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଫିଟନେସ ଦିବସ ଭାବେ ପାଳନ କରି ଏହା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ଚମ୍ପୁଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁ ଉଦଘାଟନ କରିଥିଲେ। ଯେଉଁଥିରେ ଅନ୍ୟ ମାନଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତୀ ବାନରା ମଧ୍ୟ ଉପସ୍ଥିତ ଥିଲେ। ପ୍ଲାଣ୍ଟ ପରିସରରେ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ଶ୍ରୀ ଜିନ୍ଦଲକୁ ଶୁଭେଚ୍ଛା ଜଣାଇଥିଲେ। ଏହି ଦିନଟିକୁ ସ୍କରଣୀୟ କରିବାପାଇଁ ନିକଟସ୍ଥ ବିଦ୍ୟାଳୟ ଗୁଡ଼ିକ ରେ ପ୍ରାୟ ୧୭୦୦ଗରୀବ ଛାତ୍ରଛାତ୍ରୀ ମାନଙ୍କମଧ୍ୟରେ ସ୍କୁଲ ବହି ସହ ପାଠ୍ୟ ଉପକରଣ ବଣ୍ଟା ଯାଇଥିଲା।