କେନ୍ଦୁଝର : ଆନନ୍ଦପୁର ଉପଖଣ୍ଡକୁ ରେଳପଥ ସଂଯୋଗ ଦାବିରେ ଆନ୍ଦୋଳନ କରି ଜନସାଧାରଣ ଥକିଲେଣି । ଏଥିପାଇଁ ମାଳ ମାଳ ଦାବି ପତ୍ର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଛି। ଅଦ୍ୟାବଧି ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। ଅନ୍ୟ ପକ୍ଷରେ ବିରୋଧ ସତ୍ବେ ବାଂଶପାଳ ବ୍ଲକ ଶୁଆକାଟିରୁ କେନ୍ଦୁଝର ସଦର ବ୍ଲକ ଗୋହାଲଡିହିକୁ ରେଳପଥ ସଂଯୋଗ ପାଇଁ ରେଳବାଇ ତପ୍ତରତା ଦେଖାଇବା ସହ ବଜେଟରେ ଅର୍ଥ ବ୍ୟବସ୍ଥା କରିଛି। ରେଳବାଇ କେନ୍ଦୁଝର ଜିଲ୍ଲାରେ କେବଳ ମାଲ୍ ପରିବହନକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଶୁଆକାଟିସ୍ଥିତ ଗନ୍ଧମାର୍ଦନ ଖଣିରୁ କେନ୍ଦୁଝର ଜିଲ୍ଲାର ୧୦ ହଜାରରୁ ଉର୍ଦ୍ଧ୍ବ ଟ୍ରକ ମାଲିକ ଖଣିଜ ପରିବହନ କରି ଜିବିକା ନିର୍ବାହ କରୁଛନ୍ତି। ଏହାଦ୍ବାରା ହଜାର ହଜାର ଶ୍ରମଜୀବୀ, ଡ୍ରାଇଭ୍ ,ହେଲପରଙ୍କ ପରିବାର ପ୍ରତିପୋଷଣ ହେଉଛି। ଶୁଆକାଟିରୁ ଗୋହାଲଡିହିକୁ ରେଳପଥ ସଂଯୋଗ ହେଲେ । ଜିଲ୍ଲାର ଆର୍ଥିକ ସ୍ଥିତି ବିପନ୍ନ ହେବା ତେଣୁ ଏହି ରେଳପଥକୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ତୀବ୍ର ବିରୋଧ କରିବା ସହ ଏହାର ପ୍ରତିବାଦରେ ଗତକାଲି କେନ୍ଦୁଝର ଜିଲ୍ଲା ବନ୍ଦ କରାଯାଇଥିଲା। ଏହି ବନ୍ଦକୁ ଭରପୁର ଜନ ସମର୍ଥନ ମିଳିଥିଲା। ଲୋକଙ୍କ ବିରୋଧ ସତ୍ବେ କେବଳ ଖଣିଜ ପରିବହନ ପାଇଁ ବର୍ଷ ବର୍ଷ ଧରି ଦାବି ହୋଇଥିଲେ ମଧ୍ୟ ଏଥିପ୍ରତି ରେଳବାଇ କର୍ଣ୍ଣପାତ ନକରିବା ଜିଲ୍ଲା ବାସୀଙ୍କୁ ଚିନ୍ତାରେ ପକାଇଛି । ଆନନ୍ଦପୁରକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରତିଶୃତି ଦେଇଥିଲେ । ରେଳ ବଜେଟରେ ଆନନ୍ଦପୁରକୁ ଖୁସି ଖବର ମିଳିବ ବୋଲି ଆଶା କରାଯାଉଥିଲା। ଓଡ଼ିଶା ପାଇଁ ରେଳ ବଜେଟରେ ଦଶ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ଆନନ୍ଦପୁର ବାସୀ ପୁଣି ନିରାଶ ହୋଇଛନ୍ତି। ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଠାରୁ ଆନନ୍ଦପୁର ଦେଇ ମୟୁରଭଞ୍ଜ ଜିଲ୍ଲା ଯଶୀପୁରକୁ ରେଳପଥ ସଂଯୋଗ ପ୍ରସ୍ଥାବ ଫାଇଲ ତଳେ ଚାପି ହୋଇ ରହିଛି। ୨୦୧୩ – ୧୪ରେ ରେଳବାଇ ଏହି ପ୍ରକଳ୍ପକୁ ମଞ୍ଜୁର କରିଥିଲା । ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ ରେଳପଥ ସଂଯୋଗ ପାଇଁ ସର୍ଭେ ହୋଇଥାନ୍ତା। ହେଲେ ସେମିତି କିଛି ହେଲାନାହିଁ। ଏସମ୍ପର୍କରେ ଆନନ୍ଦପୁର ଉପଖଣ୍ଡକୁ ରେଳ ସଂଯୋଗ କରିବା ସହିତ ଘଟଗାଁ ମାଁ ତାରିଣୀ ପିଠିକୁ ରେଳ ଲାଇନ ସଂଯୋଗ କରିବା ପାଇଁ ୧୯୯୦ମସିହାରେ ପ୍ରଫେସର ବଦ୍ରିନାରାୟଣ ପାତ୍ର ବିଧାୟକ ହେବାପରେ ବିଧାନ ସଭାରେ ଏନେଇ ଦାବି ଉପସ୍ଥାପିତ କରିଥିଲେ। ଏହାପରେ ୨ହଜାର ମସିହା ଓ ୨୦୦୯,୨୦୧୪,୨୦୧୯,ଓ ୨୦୨୪ ମସିହା ମଧ୍ୟରେ କେନ୍ଦ୍ର ରେଳ ବିଭାଗକୁ ଆନନ୍ଦପୁର ଉପଖଣ୍ଡ ଓ ଘଟଗାଁକୁ ରେଲଲାଇନ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ ଠାରେ ବହୁବାର ଲିଖିତ ଦାବି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରେଲସଂଯୋଗ ହୋଇପାରିଲା ନାହିଁ। ସୂଚନାଯୋଗ୍ୟ ରାଜ୍ୟ ଓ କେନ୍ଦ୍ରକୁ ସର୍ବାଧିକ ଦେୟ କରୁଥିବା ବେଳେ ରେଲସଂଯୋଗ ହୋଇନଥିବାରୁ ଜିଲ୍ଲାବାସୀ ଅସନ୍ତୁଷ୍ଟ କରିଛନ୍ତି। ଏଥିସହିତ ରାଜ୍ୟସରକାରଙ୍କ ପକ୍ଷରୁ ବହୁ ବାର ପ୍ରସ୍ତାବ ଦିଆଯାଇଛି ମାତ୍ର କେନ୍ଦ୍ରସରକାରଙ୍କ ଅବହେଳା ଯୋଗୁଁ ଏହା ସମ୍ଭବ ହୋଇପାରୂ ନାହିଁ ଆନନ୍ଦପୁର ଉପଖଣ୍ଡର ୭୦ ପ୍ରତିଶତ ଜନସାଧାରଣ ରେଲଯାତ୍ରା କରିବାର ସୁଯୋଗ ନପାଇବା ଦୁର୍ଭାଗ୍ୟ ଜନକ ବୋଲି ଉପଖଣ୍ଡ ଜନସାଧାରଣ ମତବ୍ୟକ୍ତ କରିଛନ୍ତି।