କେନ୍ଦୁଝର: ଆନନ୍ଦପୁର OMC ରୁ ଗୁହାଳଡ଼ିହି ରେଳ ସଂଯୋଗୀକରଣ କୁ ବିରୋଧ କରି କେନ୍ଦୁଝର ଜିଲ୍ଲା ସମେତ ଆନନ୍ଦପୁର ଉପଖଣ୍ଡ ବନ୍ଦ ସଫଳ ହୋଇଛି ll ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଲୋକେ ପ୍ରାୟତଃ ଟ୍ରକ ବ୍ୟବସାୟ ଉପରେ ନିର୍ଭର କରୁଥିବା ବେଳେ ସୁଆକଟିରେ ଥିବା OMC ଖଣି ଉପରେ ନିର୍ଭର କରିଥାନ୍ତି ll କିନ୍ତୁ OMC ସୁଆକଟିରୁ ଗୁହାଳଡିହି ପର୍ଯ୍ୟନ୍ତ ରେଳ ସଂଯୋଗ ହେଲେ ଟ୍ରକ ବେପାର ପ୍ରଭାବିତ ହେବା ନେଇ ଆଜି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପକ୍ଷରୁ 24 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ll ଆନନ୍ଦପୁର ଉପଖଣ୍ଡରେ ଥିବା ଟ୍ରକ ମାଲିକ ମାନେ ଜାତୀୟ ରାଜପଥ 20 ନଂ ଏବଂ ଭଦ୍ରକ, କରଞ୍ଜିଆ, ରାସ୍ତାକୁ ଅବରୋଧ କରିବା ସହିତ ସମସ୍ତ ଯାନବାହାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା ll ଟ୍ରକ ମାଲିକ ସଙ୍ଘର ସଭାପତିଙ୍କ ସମେତ ବହୁସଂଖ୍ୟାରେ ଟ୍ରକ ମାଲିକ ମାନେ ବ୍ୟାଙ୍କ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ କେବଳ ଜରୁରୀ କାଳୀନ ଆମ୍ବୁଲାନ୍ସ, କ୍ଷୀର ଗାଡି, ସ୍ୱାଭାବିକ ଥିଲା ll ଆନନ୍ଦପୁର ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଜାଗାରେ ପେଟ୍ରୋଲିଂ କୁ କଡାକଡି କରାଯାଇଥିଲା ll ଆନନ୍ଦପୁରରେ ଶାନ୍ତି ଶୃଙ୍ଖଳାର ସହିତ ଏହି ବନ୍ଦ ଡାକରାକୁ ସଫଳ କରାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିବାର ଦେଖିବାକୁ ମିଳିନଥିଲା ll ଆଜିର ଏହି ଆନ୍ଦୋଳନରେ ମୁରଲୀ ଧର ମିଶ୍ର, ଜୟ ନାରାୟଣ ସାହୁ, ରବୀନ୍ଦ୍ର ଖୁଣ୍ଟିଆ, ଦେବେନ୍ଦ୍ର ନାଥ, ସତ୍ୟାନନ୍ଦ ଜେନା ନିଶିତ ମିଶ୍ର, ପଦ୍ମନାଭ ସାହୁ, ରାମ ଚନ୍ଦ୍ର ସାହୁ, ବଳରାମ ସାହୁ ଅସିତ ସାହୁ, ରାଜାପ୍ରଭୁ ଦାସ, ଅନାଦି ସାହୁ, ସୁଶାନ୍ତ ଖଟୁଆ, ରଶ୍ମି ରଞ୍ଜନ ନାୟକ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ ll