Odisha news

ବିରୋଧୀ ଙ୍କୁ ଦେଖାଯାଉନି ରାଜ୍ୟ ର ବିକାଶ : ବଦ୍ରି ପାତ୍ର

0
କେନ୍ଦୁଝର:  କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସିଲସୁଆଁ ପରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ବିଜେଡି ର ନେତା, କର୍ମୀ ଓ ମହିଳା ସ୍ୱୟଂ ସହୟିକା ଗୋଷ୍ଠୀକୁ ଗୁରୁମନ୍ତ୍ର ଦେଇଛନ୍ତି । ଶ୍ରୀ ପାଣ୍ଡୀଆନଙ୍କ ପୂର୍ବରୁ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଘସିପୁରା ବିଧାୟକ ପ୍ରଫେସର ବଦ୍ରୀନାରାୟଣ ପାତ୍ର ଯୋଗଦେଇ ରାଜ୍ୟରେ ୧୯୯୯ ମହାବାତ୍ୟା ସମୟରେ ସମଗ୍ର ପ୍ରଦେଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେତେବେଳେ ଶାସନରେ ଥିବା କଂଗ୍ରେସ ଦଳ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ଅସମର୍ଥ ଥିଲା । ତତ୍କାଳୀନ କଂଗ୍ରେସର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ଘରୁ ପଦାକୁ ବାହାରି ନଥିଲେ। ଏହି ସମୟରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ। କଂଗ୍ରେସ ନେତାଙ୍କୁ ଲୋକେ ପ୍ରତ୍ୟାଖାନ ସେହିଦିନ ଠାରୁ ବିଜୁ ଜନତା ଦଳ ଉପରେ ବିଶ୍ଵାସ କରିବା ଆରମ୍ଭ କରିଛନ୍ତି । ଏବେ ସେହି ଜାତୀୟ ଦଳ ଓଡ଼ିଶାରେ କବର ନେଇ ସାରିଛି । ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର କଥାରେ ନୁହେଁ କାମରେ ମୁଁ ବିଶ୍ବାସ କରେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବା ସମୟରେ ରାଜ୍ୟର ବିକାଶ ପାଇଁ କାର୍ତ୍ତିକ ପାଣ୍ଡୀଆନ୍ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଥିଲେ । ବିରୋଧୀମାନେ ରାଜ୍ୟର ବିକାଶକୁ ସହି ପାରୁନଥିଲେ। ତେଣୁ ସେମାନେ ସରକାରଙ୍କ କାର୍ଯ୍ୟକଳାପ ଅପେକ୍ଷା ଶ୍ରୀ ପାଣ୍ଡିଆନ୍‌ଙ୍କୁ ସମାଲୋଚନା କରୁଥିଲେ ।ଜଣେ ଦକ୍ଷ ଆଇଏଏସ୍ ଅଫିସର ଓଡ଼ିଶାକୁ ଭଲ ପାଉଥିବାରୁ ଚାକିରିକୁ
ତୁଚ୍ଛ କରି ଅବସର ନେଇ ଓଡ଼ିଶାର ସେବା କରିବାକୁ ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ପ୍ରତ୍ୟେକ ଅଞ୍ଚଳକୁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମାଧାନ ମଧ୍ୟ ହୋଇପାରୁଛି ବୋଲି କହିଥିଲେ । ଅନ୍ୟତମ ବକ୍ତା ଭାବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ କହିଛନ୍ତି, ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିବା ସମୟରେ କଂଗ୍ରେସ ସରକାର ରାଜକୋଷକୁ ସଫା କରିଦେଇଥିଲେ । ଏପରିକି କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ସମ୍ଭବ ହୋଇପାରୁନଥିଲା ।
ଆଜି ରାଜ୍ୟରେ ଏକ ସ୍ଥିର ସରକାର ଚାଲିଥିବା ସମୟରେ ବିକାଶ ପ୍ରତି ଘରେ ପହଞ୍ଚି ପାରିଛି । ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ପ୍ରମୁଖ ନିଜ ବକ୍ତବ୍ୟରେ କହିଛନ୍ତି , ଆଜି ମହିଳାମାନେ ଘର କୋଣରେ ସୀମିତ ନାହାନ୍ତି। ସେମାନେ ଆଜି ବିଦେଶରେ ପହଞ୍ଚିବା ସହିତ ନିଜ ଗୋଡ଼ରେ ଛିଡା ହେବା ପାଇଁ ସକ୍ଷମ କେବଳ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ହୋଇପାରିଛି । ମହିଳାମାନେ ବିଜେଡିର ଶକ୍ତି ବୋଲି କହିଥିଲେ। ଆନନ୍ଦପୁର ବିଧାୟକ ଭାଗିରଥ ସେଠୀ କହିଥିଲେ, ମୁଖ୍ୟମନ୍ତ୍ରୀର ନିର୍ମଳ ଭାବମୁର୍ତ୍ତି ଯୋଗୁ ପ୍ରତି ଓଡ଼ିଆଙ୍କ ହୃଦୟକୁ ଜୟ କରି ପାରିଛନ୍ତି । ବିଜେଡି ଆଜି ଏକ ଶୃଙ୍ଖଳିତ ଦଳ ଭାବେ ପରିଚିତ ହୋଇପାରିଛି କେବଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଯୋଗୁ । ଆସନ୍ତା ନିର୍ବାଚନରେ ବିଜେଡି ଆହୁରି ଅଧିକ ଆସନରେ ବିଜୟୀ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ରାଜ୍ୟ ଯୁବ ବିଜେଡି ପର୍ଯ୍ୟବେକ୍ଷକ ଅଶୋକ ବଳ, ଦେବାଶିଷ ପାତ୍ର , ପାଟଣା ପର୍ଯ୍ୟବେକ୍ଷକ ହରିଶ ଚୌଧୁରୀ ବକ୍ତବ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଚାଲିଥିବା ସରକାର ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧମାନଙ୍କ ଆଖିରେ ବିକାଶ ଦେଖାଯାଉନି। ଆଗାମୀ ନିର୍ବାଚନରେ ବିରୋଧୀଙ୍କୁ ଭୋଟରମାନେ ପ୍ରତ୍ୟାଖାନ ନିଶ୍ଚିତ କରିବେ ବୋଲି କହିଥିଲେ ।
ଜିଲ୍ଲା ମହିଳା ସଭାନେତ୍ରୀ ରମଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼, ପୂର୍ବତନ ଏମ୍ପି ଯଶୋବନ୍ତ ସିଂ ଲାଗୁରୀ, ରାସ ବିହାରୀ ବାରିକ, ପୂର୍ବତନ ବିଧାୟକ ଅଭିରାମ ନାଏକ, ବେଦବ୍ୟାସ ନାଏକ, କେନ୍ଦ୍ର ସମବୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ଜିଲ୍ଲା ପରିଷଦ ସଭାପତି ସାଗରିକା ସାହୁ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଲକ୍ଷ୍ମୀ ନାଏକ, କୁଷ ଆପଟ୍ଟ, ଧନୁର୍ଜୟ ସିନ୍ଧୁ, ମୀନା ମାଝୀ, କମଳିନୀ ପାତ୍ର, ସସ୍ମିତାରାଣି ସିଂ, ସୁରଥି ଘଣା ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply