କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଦେଓଝର ପଞ୍ଚାୟତ ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସାମାଜିକ ସଂଗଠନ ଜେଏସପି ଫାଉଣ୍ଡେସନ ଦ୍ଵାରା ୮ମ ବାର୍ଷିକ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୩ ଦିନ ଧରି ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ନିକଟବର୍ତ୍ତି ୫ଟି ପଞ୍ଚାୟତର ମୋଟ ୪୦ଟି ଦଳ ଭାଗ ନେଇଥିବା ବେଳେ ସେଥିମଧରୁ ଶ୍ରେଷ୍ଠ ୧୬ ଟି ଦଳକୁ ବଛାଯାଇ ଉକ୍ତ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ଦିଆଯାଇଥିଲା। ସାନବଡ଼ବିଲ ଏକାଦଶ ଓ ଦାମପୁର ଏକାଦଶ ଫାଇନାଲ୍ ଖେଳିବାକୁ ମନୋନୀତ ହୋଇଥିଲେ। ସାନବଡ଼ବିଲ ଦଳ
୩-୦ ଗୋଲରେ ବିଜୟ ହୋଇ ଚାମ୍ପିଅନ୍ ହୋଇଥିଲେ। ପୁରସ୍କାର ବିତରଣୀ ସଭାରେ ଜିନ୍ଦଲ କାରଖାନାର ୟୁନିଟ ମୁଖ୍ୟ ପୁରୁଷୋତ୍ତମ ଏମଡି. ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଅଧିକାରୀ ଆଶିଷ ରଞ୍ଜନ ମହାନ୍ତି, ସିଏସଆର ମୁଖ୍ୟ ଭର୍ଜିଳ କାବ୍ରା କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ଚୌଧୁରୀ ପ୍ରାଣଦାନନ୍ଦ ଦାସ
ଦେଓଝର ସରପଞ୍ଚ ଧ୍ରୁବ ଚରଣ ନାଏକ, ଦେଓଝର ସମିତି ସଭ୍ୟ ଲକ୍ଷ୍ମୀ ମୁଣ୍ଡା, ପୂର୍ବତନ ସରପଞ୍ଚ ଜନାର୍ଦନ ନାଏକ ବିରିକଳା ସମିତି ସଭ୍ଯ ଜ୍ଞାନରଞ୍ଜନ ଖୁଣ୍ଟିଆ
ସମାଜସେବୀ ଲକ୍ଷ୍ମଣ ବାରିକ, ପୂର୍ବତନ ସରପଞ୍ଚ ମଙ୍ଗଳ ମୁଣ୍ଡା, ପୂର୍ବତନ ସମିତିସଭ୍ୟ ତଥା ଏବେର ଛାତ୍ର ବିଜେଡି ସଭାପତି ଯୁଧିଷ୍ଠିର ପଲେଇ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
